ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବଢୁଛି ବିଭିନ୍ନ ନଦୀର ଜଳସ୍ତର ; ରାସ୍ତା ଉପରେ ପାଣି, ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | October 12, 2018 IST

ଗଞ୍ଜାମ ୧୨|୧୦: ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢୁଛି । ଋଷିକୁଲ୍ୟା, ଘୋଡାହାଡ, ବଡନଦୀ, ବାଘୁଆ, ବାହୁଦା, ଲହରିଖଣ୍ଡି ନଦୀର ଜଳସ୍ତର ବୃଦ୍ଧି ପାଉଛି । ଚିକିଟି ଏବଂ ପାତ୍ରପୁର ବ୍ଲକର ବଡବଳଙ୍ଗା, ମହିଷାନପୁର, ଭୀମପୁର, ଚାନ୍ଦିପୁଟ, ଲାଲମେଣ୍ଟା, ନୂଆପଡା, ସୁରୁବୁଡି ଗାଁରେ ପଶିଛି ପାଣି । ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାହୁଦା ନଦୀରେ ଜଳ ପ୍ରବାହିତ ହେବା ଫଳରେ ଓଡିଶା ଏବଂ ଆନ୍ଧ୍ରକୁ ସଂଯୋଗ କରୁଥିବା ଇଚ୍ଛାପୁର ନିକଟରେ ଥିବା ପୋଲ ଉପରେ ପାଣି ଚାଲୁଛି । ଫଳରେ ବ୍ରହ୍ମପୁରରୁ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ପାତ୍ରପୁର, ସୁଡଙ୍ଗି, ପାରଳାଖେମୁଣ୍ଡିକୁ ଯାତାୟତ ବାଧାପ୍ରାପ୍ତ । ବ୍ରହ୍ମପୁର-ରାୟଗଡା-ଗୁଣୁପୁର, ଆସ୍କା-ବ୍ରହ୍ମପୁର, ଚିକିଟି-ନୂଆପଡା, ପୁରୁଷୋତ୍ତମପୁର-ବ୍ରହ୍ମପୁର, ଭଞ୍ଜନଗର-ସୋରଡା ଯାତାୟତ ବାଧାପ୍ରାପ୍ତ ହୋଇଛି। ହିଞ୍ଜିଳିକାଟୁର ଘୋଡାହାଡ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ପିତ୍ତଳ, ନୂଆଗୁରୁପଡା, ସିକିରି, ଆଲିପୁର ପ୍ରମୁଖ ଖାଁରେ ଲୋକେ ଜଳବନ୍ଦୀ ହୋଇରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ୍ରାଫ୍ ଟିମ୍ ଓ ପୋଲିସ ସହାୟତାରେ ପାଖାପାଖି ୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.