ରାଜ୍ୟରେ ସୁଧୁରୁଛି ବନ୍ୟା ସ୍ଥିତି : ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ନଦୀର କମିଲା ଜଳସ୍ତର

Published By : Prameya-News7 Bureau | August 30, 2020 IST

ଭୁବନେଶ୍ବର ୩୦।୮: ରାଜ୍ୟରେ ସୁଧୁରିବାରେ ଲାଗିଛି ବନ୍ୟା ସ୍ଥିତି । ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ବନ୍ୟା ହୋଇଛି । ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଜଳସ୍ତର କମିଛି । ଏହିସବୁ ନଦୀରେ ଜଳସ୍ତର ବିପଦ ସଂକେତ ତଳେ ରହିଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।

ହୀରାକୁଦ ଜଳଭଣ୍ଡାରର ୪୬ ଗେଟ୍ ଖୋଲା ରହିଛି । ଅବଶ୍ୟକ ପଡିଲେ ଆଉ ଦୁଇଟି ଗେଟ୍ ଖୋଲାଯିବ । ଜଳଭଣ୍ଡାରକୁ ୮ ଲକ୍ଷ ୨୦ ହଜାର ଘନଫୁଟ ଜଳ ପ୍ରବେଶ କରୁଛି । ୭ ଲକ୍ଷ ୬୫ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ମୁଣ୍ଡୁଳିରେ ୧୦ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେଉଛି । ରେଙ୍ଗାଳି ଡ୍ୟାମର ୩ଟି ଗେଟ୍ ବନ୍ଦ ହୋଇସାରିଛି । ଆଉ ଗୋଟିଏ ଗୋଟ୍ ବନ୍ଦ କରିବା ପାଇଁ ଚିନ୍ତା କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨ଟି ଘାଇ ସୃଷ୍ଟି ହୋଇଛି । ମହାନଦୀ ସିଷ୍ଟମରେ ଦୁଇଟି ଘାଇ ହୋଇଛି । ୨୪ଟି ଘାଇ କେବଳ ଯାଜପୁର ଜିଲ୍ଲାରେ ହୋଇଛି । ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଯାଜପୁର, ନୟାଗଡ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମୁଣ୍ଡୁଳିର ବବ୍ୟାଜଳ ସମୁଦ୍ରରେ ପହଞ୍ଚିବାକୁ ୧୨ରୁ ୧୫ ଘଣ୍ଟା ସମୟ ଲାଗିବ । ଏହି ସମୟ ମଧ୍ୟରେ ଅଧିକାରୀମାନେ ସତର୍କ ରହିଛନ୍ତି । ରାଜ୍ୟରେ ୫ଶହଟି ଘଳିଆକୁ ମରାମତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.