Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ବିପଦ ସଙ୍କେତ ଉପରେ ପ୍ରବାହିତ : ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି

16/09/2021 at 11:56 AM

ଜଳେଶ୍ବର ୧୬।୯: ଲଘୁଚାପ ପ୍ରଭାବରେ ଝାଡଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡରେ ପ୍ରବଳ ଜଳ ପ୍ରବାହିତ ହୋଇଥିଲା ବେଳେ ଏବେ ତଳିଆ ଅଞ୍ଚଳରେ ବନ୍ୟା । ଜଳେଶ୍ବର ରାଜଘାଟ କେନ୍ଦ୍ରୀୟ ଜଳୀୟ ବିଭାଗଠାରେ ଜଳସ୍ତରର ସତର୍କ ସୂଚନା ୯.୪୫ ମିଟର ରହିଥିବାବେଳେ ବୁଧବାର ଦିନ ୨ଟା ସୁଦ୍ଧା ଚାଣ୍ଡିନି ବ୍ୟାରେଜର ୪ଟି ଗେଟ୍ ଖୋଲା ଯାଇଥିଲା । ତେବେ ଗୁରୁବାର ସକାଳ ୮ଟା ସୁଦ୍ଧା ଜଳେଶ୍ବର ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ୯.୭୧ ମିଟର ଉପରେ ପ୍ରବାହିତ ହେଉଥିଲା । ଦିନ ୨ଟା ସୁଦ୍ଧା ୧୦.୩୬ମିଟର ଉପରେ ପ୍ରବାହିତ ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନ ସମୟରେ ତଳିଆ ଅଂଚଳ ବାଳିଆପାଳ ବ୍ଲକର ୫ଟି ପଂଚାୟତର ବିଷ୍ଣୁପୁର, ଅସ୍ତି, ମଧୁପୁରା, ବାଲିଆପାଳ, ଯାମକୁଣ୍ଡା ଆଦି ୫ଟି ପଂଚାୟତର ସୂର୍ଯ୍ୟାପୁର, ଚଡବସ୍ତ କାଳରୁଇ ଚୌଧୁରୀ କୁଦ, ଚଢ଼, ପଞ୍ଚରୁଖୀ, ଗୁଣପୁର ଆଦି ଗାଁରେ ବର୍ଷା ପାଣି ନିଷ୍କାସନ ହୋଇ ପାରି ନଥିବାରୁ ତଳିଆ ଅଞ୍ଚଳ ପାଇଁ ବିପଦ ଦେଖାଦେବ । ପ୍ରଶାସନ ତରଫରୁ ସଜାଗ ଥିବାର ଦେଖା ଦେଇଛି । ରାଜଘାଟଠାରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ମୋଟ୍ ୬୭ କିଲୋମିଟର ରାସ୍ତା ଦୁର୍ବଳ ନଦୀ ବନ୍ଧ ପାଇଁ ଇରିଗେସନ ବିଭାଗ ସଜାଗ ରହିଛି ।

   Related Posts