ଜଳେଶ୍ବରରେ ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର

Published By : Prameya-News7 Bureau | September 26, 2019 IST

ଜଳେଶ୍ବର ୨୬।୯: ଜଳେଶ୍ବରରେ ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର । ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ବର୍ତ୍ତମାନ ନଦୀର ଜଳସ୍ତର ୬.୫୫ ମିଟର ରହିଛି ।

{"id":162796}

ପ୍ରତି ଘଣ୍ଟା ୦.୧୦ ମିଟରରେ ଜଳସ୍ତର ବଢୁଛି । ତେଣୁ ଜଳକା ନଦୀ କୂଳିଆ ଗାଁ ଲୋକେ ଆଶଙ୍କାରେ ଅଛନ୍ତି । ତଳି ଅଞ୍ଚଳରେ ପାଣି ପଶିବା ଆରମ୍ଭ ହେଲାଣି । ଚାଷ ଜମି ଜଳମଗ୍ନ ହେଲାଣି । ବର୍ଷା ପାଣି ପଶି ଧାନ ଗଛ ସବୁ ପଚି ମରିଯିବାର ଆଶଙ୍କା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.