ବଢୁଛି ଜଳକା ନଦୀର ଜଳସ୍ତର, ନଦୀ ପାର୍ଶ୍ବବର୍ତ୍ତୀ ଅଞ୍ଚଳବାସୀ ଭୟଭୀତ

Published By : Prameya-News7 Bureau | September 13, 2019 IST

ଜଳେଶ୍ବର ୧୩।୯: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବସ୍ତା ବ୍ଲକ୍ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ବସ୍ତା ବ୍ଲକ୍ ଅନ୍ତର୍ଗତ ମଥାନୀଠାରେ ବିପଦ ସଙ୍କେତ ୫.୫୦ ରହିଥିବା ବେଳେ ସକାଳ ୧୦ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫.୬୬ମିଟରରେ ଜଳ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ନଦୀର ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି ।  

{"id":157058}

ନଦୀର ଉପର ମୁଣ୍ଡ ମୟୁରଭଞ୍ଜର ରାସଗୋବିନ୍ଦପୁର, ଶୁଳିଆପଦା, ଚିତ୍ରଡା ଅଂଚଳରେ ପ୍ରବଳ ବର୍ଷା ହୋଇଥିବାରୁ ଏବେ ଘଣ୍ଟା ପ୍ରତି ୦.୦୬ମିଟରରେ ଜଳସ୍ତର ବଢିବାରେ ଲାଗିଛି । ଯଦି ଏଭଳି ଭାବରେ ଲଗାଣ ବର୍ଷା ଜାରି ରହିବ ତାହାଲେ ଜଳସ୍ତର ବୃଦ୍ଧି ବନ୍ୟା ଆସିବାର ମଧ୍ୟ ଆଶଙ୍କା ରହିଛି ।

{"id":157059}

ବନ୍ୟା ଆସିଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ମଧ୍ୟ ଜଳମଗ୍ନ ହେବାର ସମ୍ଭାବନା ରହିଛି । ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପଶିବା ଦ୍ବାରା ଧାନ ତଳି ସବୁ ପଚି ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ଫଳରେ ନଦୀ ପାର୍ଶ୍ବବର୍ତ୍ତୀ ପଞ୍ଚାୟତବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.