Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବଢୁଛି ଘୋଡାହାଡ ଡ୍ୟାମ୍‌ର ଜଳସ୍ତର : ସ୍ପିଲୱେ ଦେଇ ଛଡାଯାଇପାରେ ବନ୍ୟାଜଳ, ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ ସୂଚନା

13/10/2020 at 10:29 AM

ସାନଖେମୁଣ୍ଡି ୧୩।୧୦: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଘୋଡାହାଡ ଡ଼୍ୟାମରେ ଜଳପତ୍ତନ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବାବେଳେ ମଙ୍ଗଳବାର ସକାଳ ୬ଟା ସୁଦ୍ଧା ଜଳପତ୍ତନ ୧୧୫.୨୦ ମିଟରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଡ଼୍ୟାମ ଅଞ୍ଚଳରେ ୮୩ ମିଲିମିଟର ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି ।

ଡ଼୍ୟାମର ଉପର ମୁଣ୍ଡରେ ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଥିବାରୁ ରାମ ନଦୀ ସମେତ ଅନ୍ୟାନ୍ୟ ଶାଖା ନଦୀ ମାନଙ୍କରୁ ସେକେଣ୍ଡ ପ୍ରତି ୫୭ କ୍ୟୁମିକ ବନ୍ୟାଜଳ ଡ଼୍ୟାମ ମଧ୍ୟକୁ ପ୍ରବେଶ କରୁଛି । ସକାଳ ୬ ଟାରୁ ୮ଟା ମଧ୍ୟରେ ଡ଼୍ୟାମ ଅଞ୍ଚଳରେ୧୩ ମିଲିମିଟର ବର୍ଷା ହୋଇଥିବାରୁ ଡ଼୍ୟାମର ଜଳପତ୍ତନ କ୍ରମଶଃ ବଢ଼ିବାରେ ଲାଗିଛି । ମଧ୍ୟାହ୍ନ ୧୨ଟା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ଼୍ୟାମରୁ ଯେ କୌଣସି ମୁହୂର୍ତ୍ତରେ ସ୍ପିଲୱେ ଦେଇ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଜଳସେଚନ କାର୍ଯ୍ୟାଳୟ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ଏ.ଗୋପାଳ ରାଓ କହିଛନ୍ତି ।

ଫଳରେ ଘୋଡାହାଡ ନଦୀ ତଟବର୍ତ୍ତୀ ସେବକ ଟିକରପଡ଼ା, ଗୋଲଣ୍ଡା, ବୋରିପଦର, ମଧୁବନ, ପେଣ୍ଠା, ନୁଆଗଡ, କଇଠଖଣ୍ଡି, ତଲାସିଙ୍ଗି, ଗୁମ୍ମା, ଜକମରିପଲ୍ଲି, ଜଲମରିପଲ୍ଲି, ମଳାଭଣଜା, ଖୁଲୁଡି, ତିଳେଶ୍ବର, ନୂଆଗଡ, ଲୁଣିଲାଠି, ଆମ୍ବଗାଁ, ଜଲମରା, ମହାନଳା, ପାଟପୁର, ପଳାସପୁର, ଭୋଇପଲ୍ଲି, ପନାଡ ପ୍ରଭୃତି ଗ୍ରାମଗୁଡିକରେ ଘୋଡାହାଡ ଉପଖଣ୍ଡ ଜଳସେଚନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ନଦୀ ମଧ୍ୟକୁ କୌଣସି ବ୍ୟକ୍ତି ଗାଧୋଇବା କିମ୍ବା ଶୌଚ ପାଇଁ ଯିବାକୁ ବାରଣ କରାଯାଇଛି । ଏପରିକି ଗୃହପାଳିତ ପ୍ରାଣୀମାନଙ୍କୁ ନଦୀ ମଧ୍ୟକୁ ନଛାଡିବା ପାଇଁ ସତର୍କ ସୂଚନା ଜାରି କରାଯାଇଥିବା ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି ।

   Related Posts