Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ପୁଣି ବଢିଲା ବୈତରଣୀ ଜଳସ୍ତର : ବାହ୍ୟଜଗତରୁ ବିଚ୍ଛିନ୍ନ ହେଲା ପଞ୍ଚାୟତ, ରାସ୍ତାରେ ଚାଲୁଛି ୨ଫୁଟର ପାଣି

16/09/2021 at 4:08 PM

ଭଦ୍ରକ ୧୬।୯: ପୁଣି ବଢିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର । ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ, ୧୨ଟା ସୁଦ୍ଧା ୧୮.୪୭ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ବୁଧବାର ଜଳସ୍ତର କାମୁଥିବା ବେଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି ।

ଅନ୍ୟପଟେ ବୈତରଣୀର ବନ୍ୟାରେ ଧାମନଗର ଭଣ୍ଡାରିପୋଖରୀ ବ୍ଲକର ତଳି ଅଞ୍ଚଳରେ ପାଣି ପଶିବା ସହ ହେକ୍ଟର ହେକ୍ଟର ଚାଷ ଜମି ବନ୍ୟା ଜଳରେ ବୁଡି ରହିଛି । ଅନ୍ୟପଟେ କଣ୍ଟିଘାଇ ଓ ଗୌରାଙ୍ଗପୁର ଏସକେପ୍ ଦେଇ ବନ୍ୟାଜଳ ଚାଷ ଜମି ଓ ଜନବସତିକୁ ପ୍ରବେଶ କରିଛି । ଭଣ୍ଡାରିପୋଖରୀ ବ୍ଲକର ୪ଟି ପଂଚାୟତ ଓ ଧାମନଗର ବ୍ଲକର ୩ଟି ପଞ୍ଚାୟତରେ ବନ୍ୟାଜଳ ମାଡିଥିବା ବେଳେ ତଳିଆ ଅଞ୍ଚଳ ଖଡିପଦା ପଂଚାୟତର ଦକ୍ଷିଣକୁରୁଆ, ମଲ୍ଲିକସାହି, ନଡିଆବାଗ, ଅନ୍ୟପଟେ ଡାଙ୍ଗୁଆ ପାଟଣା, ସୋହଡାରେ ପାଣି ପଶିଛି । ଧାମନଗର ବ୍ଲକର ପଧାନୀ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ଧାମନଗର ଫଳପୁର ରାସ୍ତାର ଜାହାଙ୍ଗୀରଠାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଭଦ୍ରକ ଆରଡ଼ି ରାସ୍ତାର ଅସୁରାଳୀଠାରେ ରାସ୍ତା ଉପରେ ୨ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି ।

ସେହିପରି ଭଣ୍ଡାରିପୋଖରୀ ବ୍ଲକର ୪ ଗୋଟି ପଂଚାୟତର ବିଭିନ୍ନ ଚାଷ ଜମିରେ ବନ୍ୟାଜଳ ମାଡି ଯାଇଥିବା ଜଣାପଡିଛି । ପ୍ରଶାସନ ତରଫରୁ ନିଯୁକ୍ତ ନୋଡାଲ ଅଫିସରଙ୍କ ଟିମ୍ ବିଭିନ୍ନ ଅଞ୍ଚଳ ଉପରେ ନଜର ରଖିଛନ୍ତି । ଭଦ୍ରକ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ।

   Related Posts