ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ; ବିପଦ ସଂକେତ ଟପିଛି ନଦୀର ଜଳସ୍ତର
13/10/2018 at 8:48 AM

ଭଦ୍ରକ ୧୩|୧୦: ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଆଖୁଆପଦାଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୮.୦୩ ମିଟରରେ ପ୍ରବାହିତ ହେଉଛି । ଗତକାଲି ରାତି ୧୨ଟା ୪୦ମିନିଟରେ ଜଳସ୍ତର ବିପଦ ସଂକେତ ଟପିଥିବା ସୂଚନା ମିଳିଛି । ନଦୀର ଜଳସ୍ତର ବଢ଼ିବାରୁ ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ତଳିଆ ଅଞ୍ଚଳର ଲୋକମାନେ ଭୟଭୀତ ହୋଇଛନ୍ତି । ମୁଖ୍ୟତଃ ଭଣ୍ଡାରିପୋଖରୀର ମାଳଦା, ନପଙ୍ଗ, ରହଣିଆ, ସରସଦା, ବାଲିପୋଖରୀ ସହ ଧାମନଗରର ସେଣ୍ଢପୁର, ଦୋବଲ, ରଣଜିତ ପଂଚାୟତ ସହ ଅନେକ ପଞ୍ଚାୟତରେ ପାଣି ପଶିଛି । ଫଳରେ ତଳିଆ ଅଂଚଳବାସୀ ଚିନ୍ତାରେ ଅଛନ୍ତି । ଭଣ୍ଡାରିପୋଖରୀର କଣ୍ଟିଘାଇ ଦେଇ ବନ୍ୟାଜଳ ପ୍ରବେଶ କରୁଛି । ଫଳରେ ଚାଷଜମି ଗୁଡିକ ଜଳମଗ୍ନ ହୋଇଛି ।
Related Posts
ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
23 April 2021