ଲଗାଣ ବର୍ଷା ଯୋଗୁଁ ପୋଲ ଉପରେ ୪ ଫୁଟର ପାଣି, ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | August 06, 2019 IST

ପାଟଣା ୬|୮: ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଆଜିଠାରୁ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

{"id":141452}

ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ନୂଆପଡାଠାରେ ସୀତା ନଦୀର ପୋଲ ଉପରେ ୪ ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି । ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେବା ଯୋଗୁଁ ଡୁମୁରିଆ, କେତାଙ୍ଗ, କୁମୁଳା ବହାଳି ଓ ନୂଆପଡା ଆଦି ଗ୍ରାମରୁ  ପାଟଣା ମୁଖ୍ୟାଳୟକୁ ଏବଂ ଢେଙ୍କିକୋଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.