Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଯମୁନା ନଦୀ, ରାଜଧାନୀ ଦିଲ୍ଲୀକୁ ମାଡିଆସୁଛି ବନ୍ୟାପାଣି

20/08/2019 at 9:38 AM

ନୂଆଦିଲ୍ଲୀ ୨୦|୮: ରାଜଧାନୀ ଦିଲ୍ଲୀକୁ ମାଡିଆସୁଛି ବନ୍ୟାପାଣି । ଯମୁନା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ହିମାଚଳ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହରିୟାଣାରେ ପ୍ରବଳ ବର୍ଷା ପରେ ଦିଲ୍ଲୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ଆଜି ସଂଧ୍ୟା ସୁଦ୍ଧା ଯମୁନାର ଜଳସ୍ତର ୨୦୬.୨୦ମିଟର ପହଞ୍ଚିପାରେ । ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜରୁ ୯ଲକ୍ଷ କ୍ୟୁସେକ ପାଣି ଛଡା ଯାଇଥିବା ଯୋଗୁ ଯମୁନା ଉଗ୍ରରୂପ ନେଇଛି । ଗତ ୪୦ବର୍ଷ ଭିତରେ ଯମୁନାରେ ଏତେ ପରିମାଣର ପାଣି ଆସିଛି । ତେଣୁ ବଡ ବନ୍ୟା ଆଶଙ୍କାରେ ତଳିଆ ଇଲାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଯମୁନା ବ୍ରିଜ ଉପରେ ଟ୍ରେନ ଚଳାଚଳ ବନ୍ଦ କରିଦିଆଯାଇଛି । ଦିଲ୍ଲୀ ସରକାର ସତର୍କ କରିବା ପରେ ସାମ୍ଭାବ୍ୟ ପ୍ରଭାବିତ ଇଲାକାର ଲୋକ ଆବଶ୍ୟକ ସାମଗ୍ରୀ ଧରି ସୁରକ୍ଷିତ ସ୍ଥାନକୁ ଚାଲି ଯାଉଛନ୍ତି । ଆସନ୍ତା ଦୁଇ ଦିନ ଦିଲ୍ଲୀ ପାଇଁ ବନ୍ୟା ବିପଦ ରହିଛି । ସାମ୍ଭାବ୍ୟ ବନ୍ୟା ପ୍ରଭାବିତ ଇଲାକାରେ ଉଦ୍ଧାର କାର୍ଯ୍ୟ ପାଇଁ ୩୦ବୋଟ୍ ମୁତୟନ କରାଯାଇଛି ।

   Related Posts