ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର, ସେପଟେ ନରାଜରେ କାଠଯୋଡି ଜଳସ୍ତର ସାମାନ୍ୟ ବୃଦ୍ଧି

Published By : Prameya-News7 Bureau | September 17, 2021 IST

କଟକ ୧୭।୯: ମୁଣ୍ଡଳୀ ନିକଟରେ ବଢିଲା ମହାନଦୀ ଜଳସ୍ତର । ମୁଣ୍ଡଳୀରେ ସକେଣ୍ଡ ପିଛା ୬ ଲକ୍ଷ ୮ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ଅପ୍ ଷ୍ଟ୍ରିମରେ ଜଳସ୍ତର ୮୯.୦୧ ଫୁଟ ରହିଛି । ମୁଣ୍ଡଳୀ ଅପ୍ ଷ୍ଟ୍ରିମରେ ବିପଦ ସଙ୍କେତ ହେଉଛି ୯୭.୨୫ ଫୁଟ । ମୁଣ୍ଡଳୀ ଡାଉନ୍ ଷ୍ଟ୍ରିମରେ ଜଳସ୍ତର ୮୭.୨୦ ଫୁଟ । ମୁଣ୍ଡଳୀ ଡାଉନଷ୍ଟ୍ରିମରେ ବିପଦ ସଙ୍କେତ ହେଉଛି ୯୫.୦୫ ଫୁଟ ।

{"id":512862,"sizeSlug":"full","linkDestination":"none"}

ସେପଟେ ନରାଜ ନିକଟରେ କାଠଯୋଡିର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ନରାଜରେ ସେକେଣ୍ଡ ପ୍ରତି ୨ ଲକ୍ଷ ୯୫ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି । ନରାଜରେ କାଠଯୋଡିର ଜଳସ୍ତର ୨୫.୨୫ ଫୁଟ ରହିଛି । ନରାଜରେ କାଠଯୋଡିର ବିପଦ ସଙ୍କେତ ହେଉଛି ୨୬.୪୦ ଫୁଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.