ବାଘଲଟି ଜଳ ଭଣ୍ଡାରରେ ଘଣ୍ଟାକୁ ୨ ଫୁଟ ଜଳ ପ୍ରବେଶ କରୁଛି, ଖୁବଶୀଘ୍ର ଛଡାଯିବ ବନ୍ୟାଜଳ...

Published By : Prameya-News7 Bureau | October 13, 2020 IST

ସାନଖେମୁଣ୍ଡି ୧୩।୧୦: ଗଞ୍ଜାମ ଜିଲ୍ଲା ଚିକିଟି ବାଘଲଟି ଜଳ ଭଣ୍ଡାରରେ ପ୍ରତି ଘଣ୍ଟାକୁ ୨ ଫୁଟ ଜଳ ପ୍ରବେଶ କରୁଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି । ଯାହାଫଳରେ କି ଏତେ ପରିମାଣର ଜଳ ପ୍ରବେଶ କରୁଛି ।

ଜଳ ଭଣ୍ଡାରରେ ବର୍ତ୍ତମାନ ୧୦୦ ମିଟର ଜଳ ରହିଛି । ଜଳଭଣ୍ଡାରରେ ୧୦୨ ମିଟର ପର୍ଯ୍ୟନ୍ତ ପାଣି ହେଲେ ଜଳ ନିଷ୍କାସନ ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଯେକୌଣସୀ ସମୟରେ ବନ୍ୟା ଜଳ ଛଡ଼ାଯାଇ ପାରେ ,ତେଣୁ ବାହୁଦା କୂଳ ତଳମୁଣ୍ଡର ଗ୍ରାମବାସୀ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ନଦୀକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଅନୁମାନ କରାଯାଉଛି କି ଦିନ ୨ଟା ସୁଦ୍ଧା ବନ୍ୟାଜଳ ଛଡ଼ାଯାଇପାରେ । ପ୍ରଥମେ ୬ ଇଞ୍ଚ ପାଣି ଛଡ଼ାଯିବ, ଏବଂ ପରେ ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.