Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଢୁଛି ଜଳସ୍ତର, ଛଡାଗଲା ପ୍ରଥମ ବନ୍ୟାଜଳ : ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ୍‌ ଓ ସମଲ ବ୍ୟାରେଜ୍‌ର ୭ଟି ଗେଟ୍‌ ଯୋଗେ ଜଳ ନିଷ୍କାସନ

26/08/2020 at 9:56 AM

ଅନୁଗୁଳ ୨୬।୦୮: ଲଗାଣ ବର୍ଷାରେ ବଢୁଛି ନଦୀର ଜଳସ୍ତର । ଯାହାଫଳରେ କି ଆଜି  ରେଙ୍ଗାଳି ଡ୍ୟାମର ଗୋଟିଏ ଏବଂ ସମଲ ବ୍ୟାରେଜର ୭ ଟି ଗେଟ୍‌ ଖୋଲା ଯାଇଛି ।  ଯାହାଫଳରେ କି ଉଭୟ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ଛଡାଯାଇଛି । ତେବେ ବ୍ରାହ୍ମଣୀରେ ଜଳସ୍ତର ବଢୁଥିବାରୁ ଗେଟ୍‌ ଖୋଲାଯାଇଛି । ସେହିପରି  ବନ୍ୟାଜଳକୁ  ନଦୀ କୁଳରେ  ସତର୍କ ରହିବାକୁ ନିବେଦନ କରାଯାଇଛି। ଅନୁଗୁଳ ଜିଲ୍ଲାରେ ରେକର୍ଡ ସଂଖ୍ୟକ ୭୧୩.୬ ମିଲିମିଟର ବର୍ଷା ଜଳ ରେକର୍ଡ କରାଯାଇଛି ।

ଅନୁଗୁଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲାର ସମସ୍ତ ୮ ଟି ବ୍ଲକରେ ୭୧୩.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ ଖୋଲିଛି । ଜଳ ଭଣ୍ଡାରକୁ  ୫୭୦୦ ଘନ ମିଟର ପ୍ରତି ସେକେଣ୍ଡ ଜଳ ପ୍ରଵେଶ କରୁଥିବା ବେଳେ  ଗେଟ ଦେଇ ୨୦୫୭ ଘନ ମିଟର ପ୍ରତି ସେକେଣ୍ଡ ଜଳ ନିଷ୍କାସନ ହେଉଛି । ତେବେ  ଡ୍ୟାମରେ ବର୍ତ୍ତମାନ  ଜଳସ୍ତର ୧୨୨.୧୫ ମିଟର ରହିଛି। ସେହିପରି ରେଙ୍ଗାଳି ଡ୍ୟାମରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । ଯାହାଫଳରେ କି ଆଜି ପ୍ରଥମ ବନ୍ୟାଜଳ ନିଷ୍କାସିତ କରାଯାଇଛି ।

ସମଲ ବ୍ୟାରେଜର ଜଳ ସ୍ତର ୭୪.୫୦ ମିଟର ରହିଛି । ଜଳ ଭଣ୍ଡାରକୁ ୪୫୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା  ବେଳେ ତଳ ମୁଣ୍ଡରେ ୩୭୦୦ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ସମଲ ବ୍ୟାରେଜର ୭ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ତେଣୁ ବ୍ରାହ୍ମଣୀ ନଦୀରେ ଜଳସ୍ତର ବଢିଛି। ନଦୀ କୁଳିଆ ଲୋକମାନେ ସତର୍କ ରହିବା ପାଇଁ କହିଛନ୍ତି। ବର୍ଷାର ପରିମାଣ ବଢି ଚାଲିଛି, ଏଭଳି ବର୍ଷା ଚାଲିଲେ ଆଗକୁ ଜଳସ୍ତର ବଢିବାର ଆଶଙ୍କା ରହିଛି । ତେଣୁ ଆଗକୁ ଅଧିକା ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇ ପାରେ ବୋଲି ବ୍ୟାରେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

   Related Posts