ପୋଲ ଉପରେ ୪ଫୁଟର ପାଣି : ଉଭୟ ପଟେ ଅଟକିଛି ଅନେକ ଗାଡି, ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | August 26, 2020 IST

ପାଟଣା ୨୬।୦୮:  ଲଗାଣ ବର୍ଷା ଲାଗି ଭିମାପଡା କାନଝରି ନଦୀ ପୋଲ ଉପରେ ୪ ଫୁଟରୁ ଅଧିକ ବନ୍ୟାଜଳ ପ୍ରବାହିତ ହେଉଛି । ଯାହାଫଳରେ  ପାଟଣାରୁ କେନ୍ଦୁଝର ମଧ୍ୟରେ  ଯୋଗାଯୋଗ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି। ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଉଭୟ ପାର୍ଶ୍ଵରେ ଗାଡି ମଟର ଅଟକି ରହିଛି ।

{"id":320185,"sizeSlug":"large"}

ଲଗାଣ ବର୍ଷାରେ କାନଝରି ଡ୍ୟାମର ଜଳ ସ୍ତର ବୃଦ୍ଧି ପାଇଛି । ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧିକୁ ଦେଖି କାନଝରୀ ଡ୍ୟାମରେ ଗୋଟିଏ ଗେଟ୍‌ ଖୋଲା ହୋଇଛି । ଯାହାଫଳରେ ବନ୍ୟାଜଳ ପୋଲ ଉପରେ ପ୍ରବାହିତ ହେଉଛି । ପ୍ରତି ସେକେଣ୍ଡରେ ଡ୍ୟାମରୁ ୧୭୭ କ୍ୟୁସେକ ଜଳ ନିଷ୍କାସିତ ହୋଉଛି । ସୁରକ୍ଷା ଦୃଷ୍ଟିରୁ ଭିମାପଡା ପୋଲ ନିକଟରେ ଅଗ୍ନିଶମ ବାହିନୀ ମୁତୟନ ରହିଛନ୍ତି।

{"id":320186,"sizeSlug":"large"}

 ସେହିପରି ଢେଙ୍କିକୋଟ ଭୀମକୁଣ୍ଡ ରାସ୍ତାର କେତାଙ୍ଗ ସୀତା ନଦୀ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଉଥିବାରୁ ଡୁମୁରିଆ ପୋଲାଣଘାଟି, ଚିନାମାଳି ପଶି ଆଦି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଢେଙ୍କିକୋଟ  ରାସ୍ତାର ମଙ୍ଗଳପୁର ନାଳ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେବାରୁ ପାଟଣାରୁ ଢେଙ୍କିକୋଟକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏହାସହିତ ୧୦ଟି  ପଞ୍ଚାୟତକୁ ପାଟଣା ମୁଖ୍ୟାଳୟରୁ ଯୋଗାଯୋଗ ବିଛିନ୍ନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.