Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ଭଦ୍ରକ ଜିଲ୍ଲା ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ

2/09/2018 at 11:20 AM

ଭଦ୍ରକ ୨|୯: ଭଦ୍ରକ ଜିଲ୍ଲା ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ, ବର୍ତ୍ତମାନ ଜଳସ୍ତର ୧୮.୧୪ ମିଟରରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର ବଢ଼ିବାରୁ ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ତଳିଆ ଅଞ୍ଚଳର ଲୋକମାନେ ଭୟଭୀତ ଅଛନ୍ତି । ଭଣ୍ଡାରିପୋଖରୀର ଷୋଳମପୁର, ମାଳଦା, ନପଙ୍ଗ, ରହଣିଆ , ବାଲିପୋଖରୀ, କୁରିଗାଁ , ଝୁଟୁନା ,ବନ୍ଦଳମାଡ଼ିଆଳି, ମାନିନାଥପୁର ସହ ଧାମନଗରର ସେଣ୍ଢପୁର, ଦୋବଲ , ରଣଜିତ ପଂଚାୟତରେ ବନ୍ୟାଜଳ ପ୍ରବେଶ କରିଛି । ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ ଦେଇ ଜନବସତି ମଧ୍ୟକୁ ବନ୍ୟା ଜଳ ପ୍ରବେଶ କରିଛି । ସରତା ପୋଲ ଉପରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଭଣ୍ଡାରିପୋଖରୀରୁ ଯାଜପୁର ଯୋଗାଯୋଗ ବିଛିନ୍ନ ହୋଇଛି । ଭଣ୍ଡାରିପୋଖରୀ ବ୍ଲକର ସରଣା, ଜଳହରି, ନପଙ୍ଗ, ବିରୁଳି, ବରାହନୂଆପଡା, ଦାଣ୍ଡକୁଳ, ଟିଖିଳିଆ, ଜଳହରି ଗାଁ ଗୁଡିକ ଜଳବନ୍ଦୀ ରହିଛି । ପ୍ରାୟ ୮୦୦ ହେକଟର ଚାଷଜମି ଜଳମଗ୍ନ ହୋଇଛି । ପ୍ରାୟ ୨୩ ହଜାର ଲୋକେ ବନ୍ୟାରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଧାମନଗର ବ୍ଲକର ଗୌରାଙ୍ଗପୁର ଏସକେପ ଦେଇ ବନ୍ୟାଜଳ ପ୍ରବେଶ କରୁଛି ।

   Related Posts