ଲୋକେ ପିଇବାକୁ ପାଉନାହାଁନ୍ତି, କିନ୍ତୁ ପାଇପ ଫାଟି ରାସ୍ତାରେ ଭାସୁଛି ପାଣି

Published By : Prameya-News7 Bureau | November 28, 2021 IST

ଜି ଉଦୟଗିରି,୨୮/୧୧: ରାସ୍ତାରେ ଭାସୁଛି ପିଇବା ପାଣି । ନା ଶୁଣୁଛି ପ୍ରଶାସନ । ନା ପ୍ରଶାସନିକ ବାବୁ ବାହାର କରୁଛନ୍ତି ସମାଧାନର ବାଟ । ଏପରି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ମାଳିକାପଡିରୁ ଜି ଉଦୟଗିରି ରାସ୍ତାରେ ।

ସୂଚନାନୁସାରେ, ରାସ୍ତା ଉପରେ ଭାସୁଛି ପିଇବା ପାଣି। ପାଣି ପାଇପ ଫାଟି ଦୁଇ ମାସ ହେବ ଏମିତି ପାଣି ନଷ୍ଟ ହେଉଛି।ଲୋକମାନେ ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଉନି। ଜଳ ନଷ୍ଟ ହେଉଥିବା କାରଣରୁ ଲୋକମାନେ ଆଉ ପିଇବା ପାଣି ପାଇ ପାରୁନାହାନ୍ତି। ବାଧ୍ୟ ହୋଇ ବାଟରେ ବୋହିଯାଉଥିବା ପାଣି ନେଇ ବ୍ୟବହାର କରୁଛନ୍ତି । ଯେଉଁଥିପାଇଁ କୌଣସି ଗୁରୁତର ରୋଗ ବ୍ୟାପିବାର ବି ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.