ଜଳ ଦ୍ୱାରା ମଧ୍ୟ ବ୍ୟାପିଥାଏ କରୋନା ଭାଇରସ ! ସାମ୍ନାକୁ ଆସିଲା ନୂଆ ତଥ୍ୟ, ମିଳିଲା ପ୍ରମାଣ

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ, ୧୨|୦୪:  କରୋନା ଭାଇରସକୁ ନଇ ବୈଜ୍ଞାନିକମାନେ ଲଗାତାର ଭାବେ ରିସର୍ଚ୍ଚ କରୁଛନ୍ତି । ଏହି ରିସର୍ଚ୍ଚରେ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେସୁଦ୍ଧା ସ୍ପର୍ଶ ଦ୍ୱାରା ଏହି ଭାଇରସ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ ବୋଲି ସୂଚନା ମିଳିଥିଲା । ପରେ ବୈଜ୍ଞାନିକମାନେ ଏହା ପଶୁପକ୍ଷୀଙ୍କ ଦ୍ୱାରା ମଧ୍ୟ ବ୍ୟାପିଥାଏ ବୋଲି କହିଥିଲେ । ଏବେ ଏକ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ପାଣି ଦ୍ୱାରା ମଧ୍ୟ କରୋନା ଭାଇରସ ସଂକ୍ରମଣ ହୋଇପାରେ । କାରଣ ପାଣିରେ ସବୁକିଛି ଆଧାରିତ । ଏହି ନୂଆ ଦାବି ପରେ ଲୋକଙ୍କ ଚିନ୍ତା ବଢିଯାଇଛି ।

ଅନଲାଇନ୍ ଜର୍ଣ୍ଣାଲ କେଡବ୍ଲ୍ୟୁଆର୍ ମୁତାବକ, ନେଦରଲାଣ୍ଡର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ସେମାନଙ୍କଓ୍ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ କରୋନା ଭାଇରସର ତିନୋଟି ସକ୍ରିୟ ଜିନ୍ ମିଳିଛନ୍ତି । ଏହି ଭଳି ୟୁକେ ସେଣ୍ଟର ଫର୍ ଇକୋଲୋଜୀ ଓ ହାଇଡ୍ରୋଲୋଜୀର କହିବାନୁସାରେ ଏହି ଭାଇରସକୁ ଦୂଷିତ ପାଣିରେ ଚିହ୍ନଟ କରାଯାଇଛି । ତେବେ ଭାଇରସ ପାଣିରେ କେତେ ଦିନ ଯାଏଁ ଜୀବିତ ରହେ ତାହାର କୌଣସି ସୂଚନା ମିଳିପାରି ନାହିଁ । ଏତତ୍ ବ୍ୟତୀତ ଏନଭାର୍ଣ୍ଣମେଣ୍ଟାଲ ସାଇନ୍ସ, ଓ୍ୱାଟର ରିସର୍ଚ୍ଚ ଓ ଟେକ୍ନୋଲୋଜୀ ମଧ୍ୟ ପାଣିରେ ଥିବା ସମ୍ଭାବ୍ୟ ବିପଦକୁ ନେଉ ରିପୋର୍ଟ ପ୍ରକାଶ କରିଛି ।

{"id":252818,"width":761,"height":539,"sizeSlug":"large"}

କୋଭିଡ-୧୯ ଭାଇରସ ପାଣିରେ ସଂକ୍ରମଣ ହୁଏ ନା ନାହିଁ ଏହାକୁ ନେଇ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର ବୈଜ୍ଞାନିକଙ୍କ ସମେତ ୟୁନିଭର୍ସିଟି ଅଫ୍ ସାଲୋରନୋର କିଛି ଗବେଷକ ମିଳିତ ଭାବେ ରିସର୍ଚ୍ଚ ଆରମ୍ଭ କରିଥିଲେ । ଏଥିରୁ ସୂଚନା ମିଳିଥିଲା ଯ, ୨୦୦୨, ୨୦୦୩ରେ ସାର୍ସ ପ୍ରକୋପ ସମୟରେ ଲୋକମାନେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ । ଏହି ସଂକ୍ରମଣ ଜଳ ଦ୍ୱାରା ବ୍ୟାପିଥିଲା । କାରଣ ଜଳବୁନ୍ଦା ଏରୋସଲ ଜରିଆରେ ବାୟୁ ସଂସ୍ପର୍ଶରେ ଆସିବା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ତେବେ ଏବେ ସୁଦ୍ଧା କୋଭିଡ-୧୯ ମାମଲାରେେ ଏପରି ଘଟଣା ସାମ୍ନାକୁ ଆସିନାହିଁଁ । ପାଣି ଦ୍ୱାରା ସଂକ୍ରମଣ ବ୍ୟାପିବାର ପ୍ରକ୍ରିୟାକୁ ସାଓ୍ୱାରହାର୍ଡ ଏରୋସଲ ଟ୍ରାନ୍ସମିଶନ କୁହାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.