ପେଟ୍ରୋଲ ପମ୍ପରେ ଡିଜେଲରେ ପାଣି

Published By : Prameya-News7 Bureau | September 22, 2019 IST

ଜୟପୁର ୨୨।୦୯-  ଜୟପୁରର ଏକ ପେଟ୍ରୋଲ ପମ୍ପରେ ଡିଜେଲର ପାଣି ମିଶିଥିଵା ଅଭିଯୋଗ । ଅଭିଯୋଗ ଆସିଵା ପରେ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।ଜୟପୁର ଟାଉନ ପୋଲିସ ଓ ଯୋଗାଣ ଵିଭାଗ ପେଟ୍ରୋଲ ପମ୍ପରେ ପହଞ୍ଚି ସାମ୍ପୁଲ ସଂଗ୍ରହ କରିଵା ସହ ଗୁଣଵତ୍ତା ଯାଂଚ କରିଥିଲେ

।ଡିଜେଲର ପାଣି ମିଶିଥିଵା ସ୍ପଷ୍ଟ ହେଵା ପରେ ସଂପୃକ୍ତ ଡିଜେଲ ଟ୍ୟାଙ୍କରୁ ଡିଜେଲ ବିକ୍ରିକୁ ଵାରଣ କରାଯିଵା ସହ ଏହାକୁ ସିଲ କରା ଯାଇଛି।ଶନିବାପ ରାତିରେ ପାରା ବେଡା ଛକ ନିକଟରେ ଥିଵା ତୋଡି ପେଟ୍ରୋଲ ପମ୍ପରେ ଜଣେ ଯୁବକ ୧୫୦୦ ଟଙ୍କାର ଡିଜେଲ ନିଜ କାରରେ ପକାଇଥିଲେ।ହେଲେ କିଛି ରାସ୍ତା ଗାଡି ଚାଲିଵା ପରେ ଗାଡିର ଇଂଜିନ ସିଜ ହୋଇଯାଇଥିଲା।ତେବେ ପାଣି ମିଶିଥିଵା ଡିଜେଲ ଗାଡ଼ିରେ ପକା ଯାଇଥିଵାରୁ ଗାଡିର ଇଂଜିନ ସିଜ ହୋଇଥିଵା ଜଣା ପଡିଵା ପରେ ସଂପୃକ୍ତ ଗ୍ରାହକ ଜୟପୁର ଟାଉନ ଥାନାରେ ଏ ନେଇ ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.