ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପସିଲା ପାଣି, ପମ୍ପ୍ ଦ୍ବାରା ଚାଲିଛି ଜଳ ନିସ୍କାସନ

Published By : Prameya-News7 Bureau | May 27, 2021 IST

ଚାନ୍ଦବାଲି ୨୭।୫: ବାତ୍ୟା ‘ୟାସ୍’ ପ୍ରଭାବ ଓ ପୂର୍ଣ୍ଣିମା ତିଥି ଯୋଗୁଁ ଧାମରା ନିକଟରେ ଅଶାନ୍ତ ହୋଇପଡିଥିଲା ସମୁଦ୍ର । ଫଳରେ ଉଚ୍ଚ ଜୁଆର ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ମାଡି ଯାଇଥିଲା ବିଭିନ୍ନ ଅଞ୍ଚଳକୁ ।

{"id":457730,"sizeSlug":"large","linkDestination":"none"}

ବିଶେଷକରି ବୈତରଣୀ ନଦୀରେ ଆସିଥିବା ଲୁଣା ଜୁଆର ପାଣି ଆରଡି ପୀଠର  ବାବା ଆଖଣ୍ଡଳମଣିଙ୍କ ପୁଷ୍କରିଣୀରେ ପ୍ରବେଶ କରିବାରୁ ମନ୍ଦିର ଦକ୍ଷିଣ ଦ୍ବାର ବାସୁଆବଳଦ ନିକଟରେ ଲହଡି ଭାଙ୍ଗିଥିଲା ଲୁଣା ଜୁଆର ପାଣି । ଏହାସହ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲୁଣା ଜୁଆର ପାଣି ଲହଡି ମାରୁଛି । ପ୍ରଶାସନ ପକ୍ଷରୁ ମଟର ଚାଳିତ ପମ୍ପ୍ ଦ୍ବାରା ନିଷ୍କାସିତ କରାଯାଇ ନୀତିକାନ୍ତି ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.