ହୀରାକୁଦରେ ପାଣି କମୁଛି, ଆଗଭଳି ହେଉନି ଜଳପ୍ରବାହ

Published By : Prameya-News7 Bureau | March 12, 2020 IST

ଭୁବନେଶ୍ୱର, ୧୨|୦୩:  ଛତିଶଗଡ ସରକାର ୨୦୧୬ ଶେଷ ସୁଦ୍ଧା ମହାନଦୀର ଉପରମୁଣ୍ଡରେ ୨୨୬୮ଟି ପ୍ରକଳ୍ପ ନିର୍ମାଣ କରିଛନ୍ତି। ଫଳରେ  ହୀରାକୁଦ ଜଳ ଭଣ୍ଡାରରେ ଜଳ ଧାରଣା କ୍ଷମତା କମ ହୋଇଯାଇଛି। ଓ ଜଳ ଭଣ୍ଡାରକୁ ପୂର୍ବରୁ ଯେତିକି ପାଣି ଆସୁଥିଲା ଏବେ ତାହା ଆସୁ ନାହିଁ ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି।

{"id":237221,"width":750,"height":563,"sizeSlug":"large"}

ମନ୍ତ୍ରୀ କହିଛନ୍ତି ଯେ, ମହାନଦୀର ଉପର ମୁଣ୍ଡରେ ଛତିଶଗଡ ସରକାର ୮ଟି ବଡ, ୨୯ଟି ମଧ୍ୟମ, ୧୮୬୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ୩୭୧ଟି ଆନିକଟ ନିର୍ମାଣ କରିଛନ୍ତି। ଫଳରେ ହୀରାକୁଦକୁ ପ୍ରବାହିତ ହେଉଥିବା ଜଳର ପରିମାଣ ୨୦୦୫-୦୬ରେ ୧.୯୨ ମିଲିୟନ ଏକର ଫୁଟ ଥିବାବେଳେ ୨୦୧୫-୧୬ରେ ଏହା ୧.୯୨କୁ ଖସି ଆସିଛି।  ସେହିପରି ୨୦୧୬-୧୭ ଓ ୨୦୧୮-୧୯ ମଧ୍ୟରେ ଏହା ୦.୭୭୮ ମିଲିଅନ ଏକର ଫୁଟକୁ ହ୍ରାସ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.