୬୫ନଂ ରାଜ୍ୟ ରାଜପଥ ଉପରେ ଚାଲୁଛି ୩ ଫୁଟର ପାଣି, ପଶ୍ଚିମ ଓଡିଶାକୁ ଯାତାୟତ ବାଧାପ୍ରାପ୍ତ

Published By : Prameya-News7 Bureau | September 13, 2021 IST

ଆଠଗଡ, ୧୩/୦୯: ଲଘୁଚାପ ଜନିତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ଆଠଗଡ଼ ସହରର ଛକ-ବଜାର ଗୁଡିକ ଜନଶୂନ୍ୟ ପାଲଟିଛି । ଚାଷ ଜମିଗୁଡିକରେ ବର୍ଷା ପାଣି ଭର୍ତ୍ତି ହୋଇ ରହିବା ସହ ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ୬୫ ନଂ ରାଜ୍ୟ ରାଜପଥ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ବର୍ଷାଜଳ ପ୍ରବାହିତ ହେଉଛି। ପୁରୁଣା କଟକ ସମ୍ବଲପୁରର ଏହି ରାସ୍ତାଟି  କଟକ ଏବଂ ଭୁବନେଶ୍ବରକୁ ସଂଯୋଗ କରୁଥିବା ବେଳେ ପଶ୍ଚିମ ଓଡିଶାକୁ ମଧ୍ୟ ସଂଯୋଗ ହୋଇଥାଏ।

ବର୍ଷା ଜଳରେ ଏହି ରାସ୍ତାଟି ବୁଡ଼ି ଯାଇଛି । ରାସ୍ତାରେ ବର୍ତ୍ତମାନ ୩ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି । ଶହଶହ ହେକ୍ଟର ଚାଷଜମୀ ଜଳମଗ୍ନ ହୋଇରହିଥିବା ବେଳେ ଲୋକମାନେ ବିପଦପୂଣ୍ଣ ଭାବେ ଯାତାୟତ କରୁଛନ୍ତି ।

ଅନ୍ୟପଟେ ବର୍ଷାରେ ଆଠଗଡ ବ୍ଳକ ଅନ୍ତର୍ଗତ ରାଧାକୃଷ୍ଣପୁର ପଞ୍ଚାୟତ ଖଣ୍ଡୁଆଳି ଗାଁ ନିକଟରେ ଥିବା ରେଙ୍ଗାଲି ଦକ୍ଷିଣ କେନାଲରେ ଦୁଇଟି ଘାଇ ସୃଷ୍ଟି ହୋଇଛି । ଫଳରେ ଶହଶହ ଏକର ଧାନ ଫସଲ ଜଳ ମଗ୍ନ ହୋଇଛି । ବର୍ତ୍ତମାନ ସୁଦ୍ଧା ବର୍ଷାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ସ୍ଥାନୀୟ ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.