ଲଘୁଚାପ ଜନିତ ଲଗାଣ ବର୍ଷା : ବିପଦରେ ଅଠର ନଳା ପୋଲ, ଏକ ଫୁଟ ତଳେ ପ୍ରବାହିତ ହେଉଛି ପାଣି

Published By : Prameya-News7 Bureau | October 13, 2020 IST

ମୋହନା ୧୩।୧୦: ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍  ଆନ୍ଧ୍ର ଉପକୂଳ ଅତିକ୍ରମ କରିସାରିଛି।କିନ୍ତୁ ଏହା ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଥିଲା । ପୂର୍ବ ସୂଚନାନୁଯାୟୀ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଖାସ୍‌ କରି ଦକ୍ଷିଣ ଓଡିଶାରେ କିଛି ଜିଲ୍ଲାରେ ବର୍ଷାର ପରିମାଣ ବଢିବାରେ ଲାଗିଛି । ଗଜପତି ଜିଲ୍ଲାରେ ରାତିତମାମ ବର୍ଷା ଜାରି ରହିଛି । ଯାହାଫଳରେ କି ମୋହନ ଅଠର ନଳା ପୋଲ ଏବେ ବିପଦରେ । ପୋଲଠାରୁ ମାତ୍ର ଏକ ଫୁଟ ତଳେ ପାଣି ପ୍ରବାହିତ ହେଉଛି ।

{"id":343415,"sizeSlug":"large"}

ସୋମବାର ବିଳମ୍ବିତ ରାତି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ଗଜପତି ଜିଲ୍ଲା ମୋହନା ଅଠର ନଳା ପୋଲ ଏବେ ବିପଦରେ । ପୋଲ ଉପର ଠାରୁ ମାତ୍ର ଏକ ଫୁଟ ତଳେ ପାଣି ପ୍ରବାହିତ ହେଉଛି । ଏପଟେ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ତେଣୁ ପୋଲ ପ୍ରତି ବିପଦର ଆଶଙ୍କା ରହିଛି । ପ୍ରତି ବର୍ଷ ବାତ୍ୟା ତଥା ଲଘୁଚାପ ହେଲେ ଏହି ପୋଲ ଉପରେ ପାଣି ପ୍ରବାହିତ ହେବାର ନଜିର ରହିଛି । ଅନେକ ଥର ମଧ୍ୟ ପୋଲ ଭାଙ୍ଗୁଛି । ଫଳରେ ପୋଲ ଆରପଟେ ଥିବା ପ୍ରାୟ ୫ଟି ପଞ୍ଚାୟତବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

{"id":343416,"sizeSlug":"large"}

ସେହିପରି ଗଜପତି ଜିଲ୍ଲାର ପାହାଡିଆ ଅଞ୍ଚଳରେ ବାସ କରୁଥିବା କିଛି ଲୋକଙ୍କ ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରାୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୫୦୦ଲୋକଙ୍କ ସ୍ଥାନାନ୍ତରିତ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.