Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପାଣି ପାଇଁ ମହାଭାରତ: ଦୁଇ ପରିବାର ମଧ୍ୟରେ ମାରପିଟ୍ ଓ ପଥର ମାଡ଼, ୫ ଆହତ

4/07/2021 at 2:13 PM

ଆଠଗଡ ୪/୭: ପାଣି ମାହାରାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଆତଣ୍ଡା ଗ୍ରାମରେ । ପାଣି ମାହାରାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ଓ ପଥର ମାଡ଼ । ଉଭୟ ପରିବାରର ପାଞ୍ଚ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ କାନପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା ।

ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଇଦେଇଛନ୍ତି । ସୂଚନା ଅନୁଯାୟୀ ଆତଣ୍ଡା ଗ୍ରାମ ପଛ ପାଖ ଦେଇ ଯାଇଥିବା ଏକ ପାଣି ମାହାରା ଉପରେ ଗୋଟିଏ ପରିବାର ଲୋକ ମାଟି ପକାଇ ଦେବାରୁ ଅନ୍ୟ ପରିବାର ଲୋକ ଏ ବାବଦରେ ଗ୍ରାମର ସଭାପତି ଙ୍କୁ ଜଣାଇଥିଲେ । ଗାଁର ସଭାପତି ପାଣି ମାହାର ପାଖକୁ ଯାଇ କଣ ହୋଇଛି ତାହା ଦେଖୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା ଉଭୟ ପରିବାର ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା ।

ବଚସା ପରେ ଉଗ୍ର ରୂପ ଧାରଣ କରିଥିବା ବେଳେ ଉଭୟ ପରିବାର ପରସ୍ପରକୁ ପଥର ମାଡ଼ କରିବା ସହିତ ଠେଙ୍ଗାରେ ପିଟାପିଟି ହୋଇଥିଲେ । ଉଭୟ ପରିବାରର ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି ।ଗୁରୁତରଙ୍କୁ ପ୍ରଥମେ କାନପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଙ୍କ ଅବସ୍ଥା ବେଶି ଗୁରୁତର ହେବାରୁ ଡାକ୍ତର ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଇଦିଆଯାଇଛି । କାନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts