Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ଲଗାଣ ବର୍ଷାରେ ବ୍ରହ୍ମପୁର ସହରର ଅବସ୍ଥା ବେହାଲ୍ , ଘରେ ପଶିଲା ପାଣି

24/10/2019 at 10:31 AM

ବ୍ରହ୍ମପୁର୨୪|୧୦: ସହରର ଚାରିଆଡେ ପାଣି, ସହରସାରା ଜଳମଗ୍ନ ।ସହରର ଫାଷ୍ଟଗେଟ୍ ଆନନ୍ଦନଗର, ଶାନ୍ତିନଗର, ଗାନ୍ଧିନଗର,  ଗୋସାଣିନୂଆ ଗାଆଁ କୌତିକ ନଗର, ପୂର୍ଣ୍ଣବାସୀ କଲୋନୀ,  ଗଜପତିନଗର, ବାସୁଦେବନଗର, ନୀଳାଞ୍ଚଳ ନଗର, ଶକ୍ତିନଗର,  ବ୍ରହ୍ମାନଗର,  ବିର୍ଷ୍ଣୁ ନଗର, ଅଶୋକନଗର ପ୍ରମୁଖ ଅଞ୍ଚଳରେ ପାଣି ଜମି ରହିଛି । ତଳିଆ ଅଞ୍ଚଳରେ ଥିବା ଘରଗୁଡିକ ଭିତରେ ପାଣି ପଶିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ବଡବଜାର ପି  ମାର୍କେଟ୍ ରେ ପାଣି ଜମି ରହିଛି । ଘର ଭିତରେ ମଧ୍ଯ ପାଣି ପଶିଛି । ଗତକାଲି ଠାରୁ ଅନବରତ ବର୍ଷା ଲାଗିରହିଛି । ରାତି ତମାମ୍ ବର୍ଷା ଲାଗି ରହିଥିଲା । ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ଯସ୍ତ କରିଦେଇଛି ।

ବାହାନା ନାଳରେ ପାଣି ଭର୍ତ୍ତି ହୋଇଥିବା ବେଳେ ଜଳ ନିଷ୍କାସନ ହୋଇନପାରିବାରୁ ତଳି ଅଞ୍ଚଳରେ ବର୍ଷା ପାଣି ପଶିଛି । ସେପଟେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାର ସମସ୍ଥ ସ୍କୁଲ କୁ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି । ସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନଜର ରଖାଯାଇଥିବା କୁହାଯାଉଛି ।

   Related Posts