୨୦୨୦ ସୁଦ୍ଧା ଭାରତରେ ହେବ ଭୟଙ୍କର ପ୍ରାକୃତିକ ଦୁର୍ବିପାକ, ୨୦ରୁ ଅଧିକ ସହରରେ ପ୍ରଭାବିତ ହେବେ ଲକ୍ଷଲକ୍ଷ ଲୋକ

Published By : Prameya-News7 Bureau | July 31, 2019 IST

ନୂଆଦଲ୍ଲୀ: ଭାରତକୁ ନେଇ ଏକ ରିପୋର୍ଟ ନଜରକୁ ଆସିଛି । ଯାହା ବାସ୍ତବିକ୍ ଚିନ୍ତାଜନକ। ଯଦି ମିଡିଆ ରିପୋର୍ଟକୁ ଗ୍ରହଣ କରାଯାଏ ତେବେ ୨୦୨୦ ମସିହା ସୁଦ୍ଧା ଭାରତରେ ପ୍ରକୃତି ରଚିବ ବିନାଶ ଲିଳା। ଯେଉଁଥିରେ ପ୍ରଭାବିତ ହେବେ ଦେଶର ୨୦ରୁ ଊର୍ଦ୍ଧ୍ୱ ସହରର ଲକ୍ଷଲକ୍ଷ ଲୋକ। ଭାରତ ଏକ ପ୍ରାକୃତିକ ଦୁର୍ବିପାକ ପ୍ରବଣ ଦେଶ। ତେବେ ଏଥର ଯେଉଁ ପ୍ରକାର ଦୁର୍ବିପାକର ଆଶଙ୍କା କରାଯାଉଛି ତାହା ସାମୁଦ୍ରିକ ବାତ୍ୟା କି ଭୂ-କମ୍ପ ଜନିତ ନୁହେଁ ବରଂ ମରୁଡି ଭଳି ପରିସ୍ଥିତି ଯୋଗୁ ହୋଇ ପାରେ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶକରିଛନ୍ତି।

{"id":139453}

ପିଇବା ପାଣିକୁ ନେଇ ଦେଖା ଦେବ ଭିଷଣ ସମସ୍ୟା। ଯେଉଁଥିରେ ହଜାର ହଜାର ଲୋକେ ପ୍ରଭାବିତ ହେବା ନେଇ ଏବେଠୁ ଆଶଙ୍କା କରାଗଲାଣି। ୨୦୨୦ ମସିହା ସୁଦ୍ଧା ଭାରତରେ ପିଇବା ପାଣି ସମସ୍ୟା ବିକଟ ରୂପ ଧାରଣ କରିପାରେ। ୨୦୧୯ରେ ବି ଏହି ସମସ୍ୟାର ଆଂଶିକ ଅନୁଭବ ହୋଇଛି। ବିଳମ୍ବିତ ମୌସୁମୀ ଯୋଗୁ ଦେଶର ବିକଶିତ ସହରାଞ୍ଚଳରେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ଦିନ ଦିନ ଧରି ଗଣମାଧ୍ୟମରେ ଶିରୋନାମା ହୋଇଛି। ଏପରିକି ତାମିଲନାଡୁରେ ପାନୀୟ ଜଳ ସଙ୍କଟ ଯୋଗୁ ବିଭିନ୍ନ କାର୍ଯ୍ୟାଳୟ କର୍ମଚାରୀ ସଂଖ୍ୟା ହ୍ରାସ କରିଥିବାର ବି ନଜିର ରହିଛି। ବିଳମ୍ବିତ ମୌସୁମୀ ଯୋଗୁ ଦେଶର ଅନେକ ଅଞ୍ଚଳରେ ଲଛିତ ବର୍ଷ ମରୁଡି ଦେଖା ଦେଇଥିଲା। ମେଟ୍ରୋ ସହରାଞ୍ଚଳମାନଙ୍କରେ ତ ପରିସ୍ଥିତି ଯେମିତି ସେମିତି ଆୟତ୍ତ କରାଯାଇଥିଲା ହେଲେ ବିହାର ଓ ମହାରାଷ୍ଟ୍ରରେ ପରିସ୍ଥିତି ଜଟିଳ ହୋଇପଡିଥିଲା।

{"id":139454}

ତେବେ ଆଗକୁ ଏହି ପରିସ୍ଥିତି ଏତେ ଜଟିଳ ହୋଇ ପଡିବ ଯେ ଲୋକେ ପାଣି ବିନା ହାହାକାର କରିବା ବୋଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଆକଳନ କରିଛନ୍ତି। ଏ ନେଇ ମନ୍ତ୍ରାଳୟ ପ୍ରସ୍ତୁତ କରିଥିବା ରିପୋର୍ଟ ସହ ନୀତି ଆୟୋଗଙ୍କ ରିପୋର୍ଟ ବି ମେଳ ଖାଉଛି। ଉଭୟ ରିପୋର୍ଟରେ ପଶ୍ଚିମବଙ୍ଗ, ମେଘାଲୟ ଓ ବିହାର ସମେତ ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇ ସମେତ ଦେଶର ୨୧ ରାଜ୍ୟର ସହରାଞ୍ଚଳ ଗୁରୁତର ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଇଛି। ଯଦି ଏହି ରିପୋର୍ଟ ପ୍ରମାଣିତ ହୁଏ ତେବେ ୨୦୩୦ ମସିହା ବେଳକୁ ଦେଶର ୪୦ ପ୍ରତିଶତ ଜନସଂଖ୍ୟା  ପାଣି ବିନା ଡହଳବିକଳ ହେଉଥିବା ଦେଖାଯିବେ। ଯେଉଁଥିରେ ତାମିଲନାଡୁ ସବୁଠାରୁ ଅଧିକ ପ୍ରଭାବିତ ହେବ। ରାଜ୍ୟର ୩ ନଦୀ ଓ ୪ କେନାଲ ସମ୍ପୂର୍ଣ୍ଣ ସୁଖୀବାରେ ଲାଗିଲାଣି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.