ଆଜିଠୁ ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲରେ ଲାଗୁ ହେବ ପାଣି ଘଣ୍ଟା

Published By : Prameya-News7 Bureau | November 25, 2019 IST

ଗଞ୍ଜାମ ୨୫/୧୧: ଆଜିଠୁ ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲରେ ଲାଗୁ ହେବ ପାଣି ଘଣ୍ଟା। ସ୍କୁଲରେ ଏଣିକି ପାଣି ପିଇବା ପାଇଁ ବାଜିବ ପାଣି ଘଣ୍ଟା। ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ ଗଞ୍ଜାମ ଜିଲ୍ଲାପାଳ ଆରମ୍ଭ କରିଛନ୍ତି ଏହି ଅଭିଯାନ। ଜିଲ୍ଲାପାଳଙ୍କ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ  ଚିଠି ଲେଖିଛନ୍ତି ।

{"id":189413,"sizeSlug":"large"}

ଆଜିଠୁ ବିଧିବଦ୍ଧ ଭାବେ ଏହାକୁ ଲାଗୁ କରାଯିବ।  ସୁସ୍ଥ ରହିବା ପାଇଁ ଠିକ୍ ସମୟରେ ଠିକ୍ ପରିମାଣର ପାଣି ପିଇଲେ ଶରୀରର ଅଧାରୁ ଅଧିକ ରୋଗ ଦୂର ହୋଇଥାଏ। ଏବେ ପାଣିର ଗୁରୁତ୍ବ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଆରମ୍ଭ କରିଛନ୍ତି ଏହି ଅଭିଯାନ।  ଏଭଳି ଅଭିଯାନ ରାଜ୍ୟରେ ପ୍ରଥମ।  ଦିନକୁ ୩ ଥର ବାଜିବ ଏହି ପାଣି ଘଣ୍ଟା। ଏହା ପିଲାଙ୍କୁ ପାଣି ପିଇବା ପାଇଁ  ମନେ ପକାଇବ। ପୂର୍ବରୁ କେରଳରେ ଏଭଳି ବ୍ୟବସ୍ଥା  ରହିଛି। କର୍ଣ୍ଣାଟକ ରାଜ୍ୟ ସରକାର ପାଣିଘଣ୍ଟା ବ୍ୟବସ୍ଥା ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

{"id":189414,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.