ଏଣିକି ସ୍କୁଲରେ ବାଜିବ ୱାଟର୍ ବେଲ୍, ଦିନକୁ ୩ଥର ପାଣି ପିଇବେ ଛାତ୍ରଛାତ୍ରୀ
23/11/2019 at 4:51 PM

ବ୍ରହ୍ମପୁର ୨୩।୧୧: ନଭେମ୍ବର ମାସ ୨୫ ତାରିଖରୁ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲରେ ବାଜିବ ୱାଟର୍ ବେଲ୍ । ଦିନକୁ ତିନି ଥର ପାଣି ପିଇବେ ଛାତ୍ରଛାତ୍ରୀ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଜାରି କରିଛିନ୍ତି ନିର୍ଦ୍ଦେଶନାମା । ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ସୁସ୍ଥ ରଖିବାକୁ ଏଭଳି ପ୍ରୟାସ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୋମବାରରୁ ଶୁକ୍ରବାର ଦିନ ୧୧ଟା ୪୦ମିନିଟ୍, ମଧ୍ୟାହ୍ନ ୧ଟା ୩୦ମିନିଟ୍ ଓ ଅପରାହ୍ନ ୩ଟା ୧୫ ମିନିଟ୍ ସମୟ ପରେ ପାଣି ପିଇବାକୁ ସମୟ ନିର୍ଘଣ୍ଟ କରାଯାଇଛି । ସେହିପରି ଶନିବାର ଦିନ ସକାଳ ୮ଟା, ୯ଟା ୩୦ମିନିଟ୍ ଓ ୧୦ଟା ୫୦ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଥିବା ସୂଚନା ରହିଛି।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021