ନୂଆପଡା ଜିଲ୍ଲା କୋମନା ବ୍ଲକ କୁରେଶ୍ବର ପଞ୍ଚାୟତ ରେ ଖୋଲିଛି ଓ୍ଵାଟର ଏଟିଏମ ।

Published By : Prameya-News7 Bureau | July 19, 2018 IST

ଦାନ୍ତ ନାଲି ପଡି ଯାଉଥିଲା,ଗୋଡ ହାତ ବିନ୍ଧୁଥିଲା ଆଉ ବାସନ ମଧ୍ୟ ନାଲି ପଡି ଯାଉଥିଲା । ଅନେକ ଲୋକ ଅନେକ ଅସ୍ଥି ଜନିତ ରୋଗରେ ପୀଡିତ ହୋଇ ଖର୍ଚ୍ଚାନ୍ତର ଶୀକାର ହେଉଥିଲେ ।ଦଇବ କୁ ଭଗବାନ ସାହା ଭଳି ସରପଞ୍ଚ ଲୋକଙ୍କ ପାଇଁ ଆରମ୍ଭ କରିଛନ୍ତି ଓ୍ବାଟର ଏଟିଏମ୍ ର ବ୍ୟବସ୍ଥା । ଯେଉଁଥିରେ ଦୁଇ ଟଙ୍କା ରେ ପାଞ୍ଚ ଲିଟର ଓ ପାଞ୍ଚଟଙ୍କା ରେ ମିଳୁଛି କୋଡିଏ ଲିଟର ରୋଗମୁକ୍ତ ଶୁଦ୍ଧ ପାନିୟ ଜଳ। ସକାଳ ପାହିଲେ ଛୁଟୁଛି ଲୋକଙ୍କ ସୁଅ । ପାଖାପାଖି କୋଡିଏ କିଲୋମିଟର ର ଲୋକେ ଆସି ପାଣି ନେଉଛନ୍ତି । ଏହା ହେଉଛି ନୂଆପଡା ଜିଲ୍ଲା କୋମନା ବ୍ଲକ କୁରେଶ୍ବର ପଞ୍ଚାୟତ ର ଦୃଶ୍ୟ । ନୂଆପଡା ଜିଲ୍ଲା ର ଅନେକ ଅଞ୍ଚଳ ରେ ଫ୍ଲୋରାଇଡ ଯୁକ୍ତ ପାଣି ବାହାରିଥାଏ। ସରପଞ୍ଚ ଙ୍କ ଅନୁରୋଧ କ୍ରମେ ସରକାର ଙ୍କ ସହାୟତାରେ କୁରେଶ୍ବର ପଞ୍ଚାୟତ ର ପମ୍ପ ହାଉସ ରେ ଏକ ଆର ଓ (ଫିଲଟର) ର ବ୍ୟବସ୍ଥା କରାଯାଇଥିଲା । ଯାହାକୁ ଏବେ ଦିନକୁ ପ୍ରାୟ ପାଞ୍ଚ ହଜାର ଲିଟର ପର୍ଯ୍ୟନ୍ତ ପାନିୟ ଜଳ ବ୍ୟବହାର କରାଯାଇ ପାରୁଛି । କେବଳ କୁରେଶ୍ବର ପଞ୍ଚାୟତ ର ନୂହେଁ , ଆଖପାଖ ଚାରି ପାଞ୍ଚଟି ପଞ୍ଚାୟତର ପାଖାପାଖି କୋଡିଏ କିଲୋମିଟର ଦୂରରୁ ଲୋକେ ଆସି ପାଣି ନେଇ ଶୁସ୍ଥ ଲାଗୁଥିବା କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.