Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଖାଦ୍ୟ-ଜଳ ଅଭାବ ଯୋଗୁଁ ୨୦୫୦ ବେଳକୁ ବେଘର ହୋଇଯିବେ ୧୦୦ କୋଟି ଲୋକ: ରିପୋର୍ଟ

9/09/2020 at 10:28 PM

ନୂଆଦିଲ୍ଲୀ ୦୯/୦୯: ବିଶ୍ବରେ ଜନସଂଖ୍ୟା ବୃଦ୍ଧି ବିଭିନ୍ନ ସମସ୍ୟାର କାରଣ ପାଲଟିଛି। ଲୋକସଂଖ୍ୟା ବୃଦ୍ଧି ଘଟୁଥିବାରୁ ବିଭିନ୍ନ ଦେଶରେ ବିକାଶରେ ବାଧା ଉପୁଜୁଥିବା ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ଏଥିପାଇଁ ଖାଦ୍ୟର ଅଭାବ ମଧ୍ୟ ଦେଖାଦେଇଛି । ଖାଦ୍ୟ ଓ ଜଳ ଅଭାବ ପାଇଁ ୨୦୫୦ ବେଳକୁ ଏକ ଆରବ (୧୦୦ କୋଟି) ଲୋକ ବେଘର ହୋଇଯିବେ  । ଏନେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇକୋନୋମିକ୍‌ ଆଣ୍ଡ ପିସ୍‌ ସଂସ୍ଥା ବିଶ୍ବର ପରିସ୍ଥିତିକୁ ନଜରରେ ରଖି ଆକଳନ କରିଛି ।

ଲୋକସଂଖ୍ୟା ବୃଦ୍ଧି ପାଇଁ ବିଶ୍ବରେ ତୈଳ ସମେତ ଅନ୍ୟ ଜିନିଷଗୁଡ଼ିକର ଚାହିଦା ବୃଦ୍ଧିପାଇବ । ଯେଉଁଥିପାଇଁ ଆଫ୍ରିକାର ସାହାରା, ମଧ୍ୟ ଏସିଆ ଓ ମଧ୍ୟପୂର୍ବ ଏସିଆର ୧.୨ ଆରବ ଲୋକ ପଳାୟନ କରିବାକୁ ବାଧ୍ୟ ହେବେ। ରିପୋର୍ଟ ଅନୁସାରେ ୨୦୧୯ରେ ସଂଘର୍ଷ ପରିସ୍ଥିତି ପାଇଁ ୩୦ କୋଟି ଲୋକ ନିଜ ସ୍ଥାନ ଛାଡ଼ି ପଳାଇଛନ୍ତି । ୨୦୫୦ ବେଳକୁ ଏହି ସ୍ଥିତି ଆହୁରି ଭୟାବହ ହେବ । ଯାହାର ଗମ୍ଭୀର ପ୍ରଭାବ ବିକାଶଶୀଳ ଦେଶରେ ପଡ଼ିବ। ବିକଶିତ ଦେଶ ବି ପ୍ରଭାବିତ ହେବେ । ଏହାଦ୍ବାରା ବିକାଶଶୀଳ ଦେଶର ଲୋକ ବିକଶିତ ଦେଶରେ ଶରଣ ପଶିବେ।

ରିପୋର୍ଟ ମୁ୍ତାବକ, ଭାରତ ଓ ଚୀନ ଜଳଭାବ ପାଇଁ ବିଶେଷ ଭାବେ ପ୍ରଭାବିତ ହେବେ। ଆଗାମୀ ଦଶକରେ କେନିଆ, ପାକିସ୍ତାନ, ମୋଜାମ୍ବିକ୍‌, ମେଡାଗାସ୍କର ଭଳି ଦେଶରେ ପରିସ୍ଥିତି ଆହୁରି ଜଟିଳ ହେବ । କାରଣ ଜଳାଭାବ ପରିସ୍ଥିତି ସହ ମୁକାବିଲା କରିବାକୁ ଏହିସବୁ ଦେଶ ଅସମର୍ଥ ହେବେ ।  

   Related Posts