Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ଚିଲିକାରେ ହେବ ୱାଟର ଏୟାରପୋର୍ଟ

24/06/2018 at 11:36 AM

ରାଜ୍ୟରେ ହେବ ୱାଟର ଏୟାରପୋର୍ଟ । ଚିଲିକାରେ ୱାଟର ଏୟାରପୋଟ କରିବା ନେଇ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କର ଏକ ସ୍ବତନ୍ତ୍ର ଟିମ ଟେକନିକାଲ ଷ୍ଟଡି କରି ଫେରିଥିବା ଭୁବନେଶ୍ବର ବିମାନ ବନ୍ଦର ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ଏହାଦ୍ବାରା ଚିଲିକାର ଜୈବ ବିବିଧତା ଉପରେ କି ପ୍ରଭାବ ପଡ଼ିବ ସେନେଇ ଉଠିଛି ପ୍ରଶ୍ନ।
ଚିଲିକାରେ ହେବ ୱାଟର ଏରୋଡ୍ରମ। ଚିଲିକା ମଝିରେ ଅବତରଣ କରିବ ବିମାନ। ଯାତ୍ରୀ ଡଙ୍ଗାରେ ଯାଇ ବିମାନରେ ଚଢିବେ । ସେହିପରି ବିମାନରୁ ଅବତରଣ କରି ଡଙ୍ଗାରେ କୁଳକୁ ଆସିବେ। ଏହି ୱାଟର ଏରୋଡ୍ରମ ନେଇ ପ୍ରାରମ୍ଭିକ ସର୍ଭେ ଶେଷ ହୋଇଛି । ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଙ୍କ ଏକ ସ୍ବତନ୍ତ୍ର ଟିମ ଆସି ଚିଲିକାରେ ବିମାନ ବନ୍ଦର ପାଇଁ ଟେକନିକାଲ ଷ୍ଟଡି କରି ଫେରିଥିବା ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାସହ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସ୍ପାଇଓ ଜେଟ, ଭୁବନେଶ୍ବର ପାଣିପାଗ କେନ୍ଦ୍ର, ଟୁରିଜିମ ବିଭାଗର ଅଧିକାରୀ ଓ ଜଳ ସମ୍ପଦ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଚିଲିକାର ବିଭିନ୍ନ ଦିଗରୁ ସର୍ଭେ କରିଛନ୍ତି। କେଉଁ ଦିଗରେ ବିମାନ ବନ୍ଦର କଲେ ଅଧିକ ସମସ୍ୟା ରହିବନି ଓ କେଉଁଠାରୁ ଅଧିକ ଯାତ୍ରୀ ଏହାର ସୁବିଧା ନେଇପାରିବେ ଏବଂ ଟୁରିଷ୍ଟ ଅଧିକ ହୋଇପାରିବେ ସେନେଇ ହୋଇଛି ସର୍ଭେ।
ଚିଲିକା ହେଉଛି ଏକ ରାମସାର ସାଇଟ୍। ଏହାର ଗୋଟେ ପଟେ ସାତପଡା ରହିଥିବା ବେଳ ଅନ୍ୟପଟେ ଦେଶ ବିଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସମାଗମ ହୁଏ। ଏଠାରେ ଡଲଫିନଙ୍କର ମଧ୍ୟ ଆଗମନ ହୋଇଥାଏ । ତେଣୁ ଏହାର ବାଇଓଡାଇଭରସିଟି ଉପରେ ଯେଭଳି କୌଣସି ଆଞ୍ଚ ନଆସିବ ତାହା ହେଉଛି ମୁଖ୍ୟ ପ୍ରସଙ୍ଗ। ତେଣୁ ସର୍ଭେ ଟିମ ରିପୋର୍ଟ ଦେବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ।
ମହାରାଷ୍ଟ୍ରର ଲୋନାଭେଲା ଲେକ୍ ଏବଂ ଗୁଜରାଟର ଅହମ୍ମଦାବାଦରେ ରହିଛି ୱାଟର ଏରୋଡ୍ରମ । ତେବେ ଆମ ରାଜ୍ୟରେ ଏଭଳି ଏକ ୱାଟର ବିମାନବନ୍ଦର ନିର୍ମାଣ ଲାଗି ଆରମ୍ଭ ହୋଇଥିବା ପ୍ରକ୍ରିୟା ବାସ୍ତବ ରୂପ ନେଉଛି ନା ପରିବେଶ ସୁରକ୍ଷା ନେଇ ମାଡ ଖାଉଛି ତାକୁ ଅପେକ୍ଷା ।

   Related Posts