ୱାଟରଏଡ଼ ଇଣ୍ଡିଆ ପକ୍ଷରୁ ହାତଧୁଆ ପାଇଁ ଦସ୍ତଖତ ଅଭିଯାନ, ସମାଜକୁ ସଚେତନ କରିବାକୁ ପ୍ରୟାସ

Published By : Prameya-News7 Bureau | October 11, 2021 IST

ଭଦ୍ରକ, ୧୧।୧୦: ବିଶ୍ୱ ହାତ ଧୁଆ ଦିବସ ପାଇଁ ଆୟୋଜିତ ହେଉଛି ଦସ୍ତଖତ ଅଭିଯାନ । ୱାଟରଏଡ଼ ଇଣ୍ଡିଆ ପକ୍ଷରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଭଦ୍ରକ ସ୍ୱୟଂ ଶାସିତ କଲେଜ ପରିସରରେ ହାତଧୁଆର ଉପଯୋଗୀତା ନେଇ ଦସ୍ତଖତ ଅଭିଯାନ ଆୟୋଜିତ ହୋଇଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହିଳା ଜଳ ଫୋରମ ଓ ପଂଚାୟତ ପ୍ରତିନିଧିଙ୍କ ସହ ଏହି ସପ୍ତାହ ବ୍ୟାପୀ ଅଭିଯାନ ଚାଲିଛି ।

ବିଶୁଦ୍ଧ ଜଳ ଉପଯୁକ୍ତ ଶୌଚାଳୟ ଓ ସ୍ୱଚ୍ଛତାକୁ ନେଇ ୱାଟରଏଡ଼ ସଚେତନ କରୁଛି । ଏହି ଅଭିଯାନରେ ଛାତ୍ରଛାତ୍ରୀଙ୍କୁ ସାମିଲ କରି ସଚେତନତା କରିବା ଓ ଦିନର ଗୁରୁତ୍ୱପୂର୍ଣ୍ଣ ସମୟରେ ହାତ ଧୋଇବା ଶିକ୍ଷା ଓ ଉତ୍ସାହିତ ପାଇଁ ୱାଟରଏଡ଼ ଏହି ଅଭିଯାନ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.