Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ଆଶ୍ରମରେ ଜଗୁଆଳିଙ୍କ ସମ୍ମୁଖରେ ତାଙ୍କ ପତ୍ନୀଙ୍କୁ ଗଣଦୁଷ୍କର୍ମ ପରେ ଗଳା ଚିପି ହତ୍ୟା

2/01/2019 at 1:33 PM

ଗୋରଖପୁର ୦୨|୦୧: ଗୋରଖପୁର କେମ୍ପିଅରଗଞ୍ଜ ଅଞ୍ଚଳରେ ଥିବା ଏକ ଆଶ୍ରମରେ ଜଗୁଆଳୀଙ୍କ ସାମ୍ନାରେ ତାଙ୍କ ପତ୍ନୀଙ୍କ ସହ ଗଣ ଦୁଷ୍କର୍ମ କରିବା ପରେ ଗଳା ଚିପି ହତ୍ୟା କରାଯାଇଛି । ଦୁଷ୍କର୍ମକୁ ବିରୋଧ କରିବାରୁ ମହିଳାଙ୍କୁ ଏଭଳି ପିଟାଯାଇଥିଲା ଯେ ତାଙ୍କ ଶରୀରର ଅନେକ ହାଡ ଭାଙ୍ଗିଯାଇଥିଲା । ଅଭିଯୁକ୍ତମାନେ ଜଗୁଆଳୀଙ୍କୁ ମଧ୍ୟ ମାଡପିଟ କରି ରକ୍ତାକ୍ତ କରିଦେଇଥିଲେ । ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମକରାଯାଇଥିବା ସ୍ପଷ୍ଟ ହୋଇଛି । ପୋଲିସ ତିନି ଜଣଙ୍କ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଦାୟର କରିଛି । ଘଟଣାଟି ଗତ ସୋମବାର ରାତି ପ୍ରାୟ ୧୦ଟା ବେଳେ ଘଟିଛି ।

ସୂଚନା ଅନୁସାରେ ଜଗୁଆଳୀ ଏବଂ ତାଙ୍କ ପତ୍ନୀ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆଶ୍ରମର ଏକ କୋଣରେ ନିଆଁ ଜାଳି ବସିଥିଲେ । ଏହି ସମୟରେ ତିନିଜଣ ଅଜଣା ଯୁବକ ମୁହଁରେ ଘୋଡାଇ ଆଶ୍ରମ ଭିତରକୁ ପଶିଥିଲେ । ଦମ୍ପତ୍ତି କିଛି ଭାବିବା ଆଗରୁ ସେମାନେ ମହିଳାଙ୍କ ସହ ଜୋର ଜବରଦସ୍ତ କରିବାକୁ ଲାଗିଥିଲେ । ଜଗୁଆଳୀ ବିରୋଧ କରିବାରୁ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ । ଜଣେ ଯୁବକ ଜଗୁଆଳୀଙ୍କୁ ଜବତ କରି ରଖିଥିଲେ । ସେହି ସମୟରେ ଅନ୍ୟ ଦୁଇ ଯୁବକ ମହିଳାଙ୍କୁ ଅଳ୍ପ ଦୂରକୁ ନେଇ ଦୁଷ୍କର୍ମ କରିଥିଲେ । ମହିଳା ଚିତ୍କାର କରିବାରୁ ଅଭିଯୁକ୍ତ ମାନେ ତାଙ୍କୁ ନୃଶଂସଭାବେ ପିଟିଥିଲେ  ଏବଂ ଗଳା ଚିପି ତାଙ୍କୁ ହତ୍ୟା କରିଥିଲେ ।ମହିଳାଙ୍କ ମୃତ୍ୟୁପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଏହାପରେ ଜଗୁଆଳୀ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇଥିଲେ । ପରେ ଏ ଘଟଣା ସମ୍ବନ୍ଧରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରେ ମହିଳାଙ୍କ ଛାତିର ଅଧିକାଂଶ ହାଡ ଭାଙ୍ଗିଯାଇଥିବା ଜଣାପଡିଛି । ମୁଣ୍ଡରେ ମଧ୍ୟ ଶକ୍ତ ଆଘାତ ଲାଗିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ପୋଲିସ ଜଗୁଆଳୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି । ଅଭିଯୁକ୍ତମାନଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଛାନ୍ ଭିନ୍ କରୁଛି । କ୍ରାଇମବ୍ରାଞ୍ଚ ଟିମ୍ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି ।

ଜଗୁଆଳୀ ଜଣକ ସିଦ୍ଧାର୍ଥନଗର ଜିଲ୍ଲାର ନିବାସୀ । ସେ ୮ବର୍ଷ ହେବ ପତ୍ନୀଙ୍କ ସହ ଏହି ଆଶ୍ରମରେ ରହୁଥିଲେ ।

   Related Posts