Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ପର୍ଣ୍ଣ ଭିଡିଓ ଦେଖାଇ ପିଲାଙ୍କ ସହ ଯୁବକ କରୁଥିଲା ଏମତି କାମ, ତା’ପରେ…

29/08/2019 at 1:04 PM

ନୂଆଦିଲ୍ଲୀ୨୯|୮: ଦିଲ୍ଲୀରର ଚାନ୍ଦନି ଚୌକ୍‌ ଅଞ୍ଚଲରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗତ ତିନିଦିନ ହେବ ଅଭିଯୁକ୍ତ ୧୫ ବର୍ଷର ନାବାଳକଙ୍କୁ ଅପହରଣ କରି ଗୋଟେ ରୁମରେ ବନ୍ଦକରି ରଖିଥିଲା। ପର୍ଣ୍ଣ ଭିଡିଓ ଦେଖାଇ ନାବାଳକଙ୍କ ସହ ଅଭିଯୁକ୍ତ ଖରାପ କାମ କରୁଥିଲା । ଏହିଭଳି ଘୃଣ୍ୟକାମ କରୁଥିବା ଅଭିଯୁକ୍ତର ନାଁ ହେଉଛି ଶାହିଦ୍। ଶାହିଦ୍‌ର କଳାକାରନାମା ସଂପର୍କରେ ପୋଲସି ଜାଣିବା ପରେ ତାକୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ୬ ଜଣ ନାବାଳକ ଓ ୨ ଜଣ ଯୁବତୀଙ୍କ ସହ ଅଭିଯୁକ୍ତ ଏହିଭଳି ଘୃଣ୍ୟ କାମ କରିଛି ବୋଲି ପୋଲିସ ସୂଚନା ଦେଇଛି।

ଅଭିଯୁକ୍ତ ପାଖରୁ ଏକ ମୋବାଇଲ ଫୋନ ଜବତ କରାଯାଇଛି। ଯେଉଁଥିରେ ବହୁ ସଂଖ୍ୟାକ ପର୍ଣ୍ଣ ଭିଡିଓ ରହିଥିଲା। ପର୍ଣ୍ଣ ଭିଡିଓ ଦେଖାଇ ପୀଡ଼ିତାଙ୍କ ସହ ସେ ଖରାପ କାମ କରୁଥିଲେ ​‌ବୋଲି ଅଭିଯୁକ୍ତ ନିଜେ କହିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି ବୁଧବାର ଦିନ କୋର୍ଟ ଚାଲାଣ କରିଛି। ଏହି ଅଭିଯୁକ୍ତ ଜଣକ ପିଡ଼ୋଫିଲିଆ ରୋଗରେ ଆକ୍ରାନ୍ତ ଥିବା କଥା ମଧ୍ୟ କୁହାଯାଉଛି। ଏହି ସଂପର୍କରେ ପୋଲିସ ତଦନ୍ତ ଜାରି ରଖିଛି।

ପୋଲିସର ସୂଚନା ମୁତାବକ,  ଅଗ​‌ଷ୍ଟ ୨୦ ତାରିଖରେ ଜଣେ ନାବାଳକଙ୍କ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଜନୈକ ନାବାଳକ ଟଙ୍କା ମାଗିବାରୁ ତାଙ୍କୁ ଟଙ୍କା ନଦେବାରୁ ସେ ରାଗି କୁଆଡେ ଚାଲି ଯାଇଛନ୍ତି ବୋଲି ପରିବାର ଲୋକ କହିଥିଲେ। ଏହି ଅଭିଯୋଗ ପରେ ପୋଲିସ ଛାନ୍ନଭିନ୍ନ ଆରମ୍ଭ କରିଥିଲା। ଶାହିଦ୍‌ ନାମକ ଯୁବକ ତାଙ୍କୁ ଅପରହରଣ କରି ତାଙ୍କ ଘରେ ରଖିଥିବା କଥା ପୋଲିସ କାନରେ ବାଜିଥିଲା। ଅଭିଯୁକ୍ତ ଗିରଫ ପରେ ସବୁକଥାର ପର୍ଦ୍ଦାଫାଶ ହୋଇଥିଲା। ପୀଡ଼ିତ ନାବାଳକ କହିଥିଲେ ଯେ, ତାଙ୍କୁ ଗୋଟେ ରୁମ୍‌ରେ ବନ୍ଦକରି ପର୍ଣ୍ଣ ଭିଡିଓ ଦେଖାଇ ତାଙ୍କ ସହ ଖରାପ କାମ କରୁଥିଲା ଶାହିଦ୍‌। କାହା ପାଖରେ ଏକଥା କହିଲେ ଜୀବନରୁ ମାରିଦେବ ବୋଲି ମଧ୍ୟ ପୀଡ଼ିତ ନାବାଳକଙ୍କୁ ସେ ଧମକ ଦେଉଥିଲା।

ଅଭିଯୁକ୍ତ ଶାହିଦ୍‌ ଇଲେକ୍ଟ୍ରିସିଆନ କାମ କରୁଥିଲା। କିଛିମାସ ତଳେ ଏହିଭଳି ମାମଲାରେ ତାକୁ ଗିରଫ ମଧ୍ୟ କରାଯାଇଥିଲା। ପୁଣି ଅଭିଯୁକ୍ତର ଏହିଭଳି ଘୃଣ୍ୟକାମ ସାମ୍ନାକୁ ଆସିଛି। ପୋଲିସ ଜବତ କରିଥିବା ମୋଇବାଲରେ ଥିବା ପର୍ଣ୍ଣ ଭିଡ଼ିଓ ଦେଖାଇ ସମସ୍ତ ସହଙ୍କ ସେ ଖରାପ କାମ କରୁଥିଲା। ଏହି ଘଟଣା ସଂପର୍କରେ ଅଧିକ ତଥ୍ୟ ପାଇବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

   Related Posts