ଆମେରିକା ଏବଂ ଇଂଲଣ୍ଡ ପରେ ଏବେ ଭାରତରେ କାୟା ବିସ୍ତାର କଲାଣି ଏକ ଭୟାନକ ବ୍ୟାଧି : କୋଟି କୋଟି ଲୋକ ଆକ୍ରାନ୍ତ

Published By : Prameya-News7 Bureau | October 15, 2018 IST

ନୂଆଦିଲ୍ଲୀ ୧୫/୧୦: ବିକଶିତ ଦେଶ ତାଲିକା ସୁଚୀରେ ଏକ ନମ୍ୱର ସ୍ଥାନରେ ରହିଛି ଆମେରିକା । ଏ ଦେଶର ବାସିନ୍ଦା ସବୁଠୁ ଅଧିକ ସଂଭ୍ରାନ୍ତ ଓ ସୁଖୀ ବୋଲି ବିଶ୍ୱବାସୀ ବିବେଚନା କରନ୍ତି । ଏ ସବୁ ସତ୍ୱେ ଆମେରିକାବାସୀ ଏବେ ଏକ ଭୟାନକ ବ୍ୟାଧିର ଶିକାର ହୋଇଛନ୍ତି । ଏହି ବ୍ୟାଧିର ଶିକାର ହେବା କ୍ଷେତ୍ରରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବାବେଳେ ତା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଇଂଲଣ୍ଡ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ବ୍ୟାଧିରେ ଭାରତର ମଧ୍ୟ ଏକ ବଡ଼ ଜନସମୁଦାୟ ଅତି ବିପଜ୍ଜନକ ଭାବେ ଆକ୍ରାନ୍ତ ହୋଇଛନ୍ତି । ବିଶ୍ୱରେ ନୂତନଭାବେ ଆବିର୍ଭାବ ହୋଇଥିବା ଏକ କୁଅଭ୍ୟାସ ଏହି ବ୍ୟାଧିର କାରଣ । ଏହି କୁଅଭ୍ୟାସ ଏବେ ସମଗ୍ର ବିଶ୍ୱକୁ ମଧ୍ୟ ଗ୍ରାସ କରିବାକୁ ବସିଛି । ସଂପ୍ରତି ଏହି କୁ ଅଭ୍ୟାସକୁ ନିଜକୁ ଦୂରେଇବା ପାଇଁ ଡ଼ାକ୍ତରମାନେ ମଧ୍ୟ ସତର୍କ କରିଦେଲେଣି ।           ସମଗ୍ର ବିଶ୍ୱକୁ ଆନ୍ଦୋଳିତ କରୁଥିବା ଏହି କୁ ଅଭ୍ୟାସଟି ହେଉଛି ଅଶ୍ଳିଳ ଛବି ଦେଖିବାର ଇଚ୍ଛା । ଅଶ୍ଳିଳ ଛବି ଦେଖିବା ଯୋଗୁଁ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡ଼ିବାରେ ଲାଗିଛି । ଏହି କାରଣରୁ ମଧ୍ୟ ସମଗ୍ର ବିଶ୍ୱରେ ଏବେ ମାନସିକ ରୋଗୀଙ୍କ ସଂଖ୍ୟା ଅତି ଉଦ୍ଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏ କ୍ଷେତ୍ରରେ ମଧ୍ୟ ଆମେରିକା ଏକ ନମ୍ୱର ସ୍ଥାନରେ ରହିଥିବାବେଳେ ବ୍ରିଟେନ ଦୁଇ ନମ୍ୱର ଏବଂ ଭାରତ ତୃତୀୟ ସ୍ଥାନରେ ରହିଛି ।           ଇଣ୍ଟରନେଟ୍‌ରେ ଅଶ୍ଳିଳ ‘ସାଇଟ୍’ ଦେଖୁଥିବା ଲୋକଙ୍କ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦ୍ଦବେଗଜନକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଆମେରିକାର ଖ୍ୟାତାନାମା ଓ ମନୋବିଜ୍ଞାନୀ ଏଞ୍ଜେଲାଙ୍କ କହିବା ଆନୁସାରେ ଅତ୍ୟଧିକ ଅଶ୍ଳିଳ ଭିଡ଼ିଓ ଦେଖିବାଦ୍ୱାରା ବହୁ ପ୍ରକାରର ମାନସିକ ଏବଂ ଶାରିରୀକ ରୋଗ ସୃଷ୍ଟି ହୋଇଥାଏ । ଧୀରେଧୀରେ ଅଶ୍ଳିଳ ଭିଡ଼ିଓ ଦେଖୁଥିବା ଯୁବବର୍ଗଙ୍କ ସଂଖ୍ୟା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିବା ସହ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।           ଭାରତୀୟ ମନୋବିଜ୍ଞାନୀ ମଧ୍ୟ ସମାନ ମତ ପୋଷଣ କରିଛନ୍ତି । ଅଶ୍ଳିଳତାକୁ ନିଶାରେ ପରିଣତ କରିସାରିଥିବା ଯୁବବର୍ଗଙ୍କ ସଂଖ୍ୟା ବୃଦ୍ଧି ପାଇବା ଭବିଷ୍ୟତ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ବିଶ୍ୱରେ ବେଶ୍ ପ୍ରସିଦ୍ଧଲାଭ କରିଥିବା ଏକ ଅଶ୍ଳିଳ ସାଇଟ ନିକଟରେ ପରିସଂଖ୍ୟାନ ଜାରି କରିଛି । ପରିସଂଖ୍ୟାନକୁ ଯଦି ବିଶ୍ୱାସକୁ ନିଆଯାଏ ତା’ହେଲେ ବିଶ୍ୱର ୫୭ ପ୍ରତିଶତ ଲୋକ ପର୍ଣ୍ଣ ସାଇଟରୁ ୧୨ଟି ଅଶ୍ଳିଳ ଭିଡ଼ିଓ ଦେଖୁଛନ୍ତି । ପର୍ଣ୍ଣସାଇଟ୍ ଦେଖୁଥିବା ଏହି ୫୭ ପ୍ରତିଶତ ଲୋକ ୪୩୯କୋଟି ୨୪ଲକ୍ଷ ୮୬ହଜାର ୫୮୦ ଘଣ୍ଟା ଅଶ୍ଳିଳ ସାଇଟ୍‌ରେ ଭିଡ଼ିଓ ଦେଖିଛନ୍ତି ।           ମହିଳାମାନେ ମଧ୍ୟ ଏଭଳି ଅଶ୍ଳିଳ ଭିଡ଼ିଓ ଦେଖିବାରୁ ବାଦ ପଡୁନାହାନ୍ତି । ଏହି କାରଣରୁ ହିଁ ଯୁବବର୍ଗରେ ନୂଆ ନୂଆ ସମସ୍ୟା ସୃଷ୍ଟି ହେବାରେ ଲାଗିଛି । ଗୋଟିଏ ପଟେ ବିବାହିତ ଯୁବକ-ଯୁବତୀମାନେ ପରସ୍ପର ମଧ୍ୟରେ ଶାରିରୀକ ସମ୍ପର୍କରୁ ନିଜକୁ ଦୂରେଇ ରଖିବାରେ ଲାଗିଛନ୍ତି । ମନ୍ୟ ପକ୍ଷରେ ସମଲିଂଗୀ ସମ୍ପର୍କର ମାତ୍ରା ଦିନକୁ ଦିନ ଅଧିକ ହେବାରେ ଲାଗିଛି ।           ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଯୌନ ଉତ୍ପୀଡ଼ନ ଘଟଣା ପଛର ଅନ୍ୟତମ ମୁଖ୍ୟ କାରଣ ଅଶ୍ଳିଳ ଭିଡ଼ିଓ ଦେଖିବା ବୋଲି ସର୍ଭେ ସାବ୍ୟସ୍ତ କରିସାରିଛି । ମହିଳାଙ୍କ ବିରୋଧରେ ଘରୋଇ ହିଂସା, ଦୁଷ୍କର୍ମ, ଅପହରଣ, ଉତ୍ପୀଡ଼ନ ସାଙ୍ଗକୁ ଅସଫଳ ହେଲେ ହତ୍ୟା ଏବଂ ଆତ୍ମହତ୍ୟା ଭଳି ଘଟଣା ଦିନକୁ ଦିନ ଏହି କାରଣରୁ ବଢ଼ିବାରେ ଲାଗିଛି । ମନୋବିଜ୍ଞାନୀଙ୍କ ମତରେ ଅଧିକାଂଶ ଅପରାଧୀ ମାନସିକ ବିକାରଗ୍ରସ୍ତ ହୋଇଥାନ୍ତି । ଡ଼ାକ୍ତରଙ୍କ ଅନୁସାରେ ମଣିଷର ଇଚ୍ଛା ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ହେଉଛି ନୈତିକ ଇଚ୍ଛା ଏବଂ ଅନ୍ୟଟି ହେଉଛି ଅନୈତିକ । ନୈତିକ ଇଚ୍ଛାକୁ ତ ମଣିଷ ନିଜ ଉଦ୍ୟମ ବଳରେ ଚିରତାର୍ଥ କରିଥାଏ । କିନ୍ତୁ ଅନୈତିକ ଇଚ୍ଛା ସାମାଜିକ ବନ୍ଧନ କାରଣରୁ ପୂର୍ଣ୍ଣ ହୋଇପାରିନଥାଏ । ଅନୈତିକ ଇଚ୍ଚାକୁ ଅଧିକ ଶାଣୀତ କରିଥାଏ ବା ଗଭୀର କରିଥାଏ ଏଭଳି ଅଶ୍ଳିଳ ଭିଡ଼ିଓ ସବୁ । ଏ ସବୁ  ଦେଖିବାପରେ ଯେଉଁ ଅନୈତିକ ଇଚ୍ଛା ଦବିଯିବା ହିଁ ଉଚିତ୍ ଥିଲା ସେସବୁ ନିଦବି ଅପରାଧ ରୂପରେ ପରିପ୍ରକାଶ ହୋଇଥାଏ । ଅଶ୍ଳିଳ ଛବି ବାରମ୍ୱାର ଦେଖିବା ଦ୍ୱାରା ସ୍କିଜୋଫେନିଆ ରୋଗରେ ଆକ୍ରାନ୍ତ ହୋବାର ଆଶଂକା ରହିଛି । ସ୍କିଜୋଫେନିଆ ସହ ବିଭିନ୍ନ ମାନିଆ ମଧ୍ୟ ସୃଷ୍ଟି ହୋଇପାରେ । ଏଭଳି ରୋଗ ହେଲେ ବ୍ୟକ୍ତି ଅତି ସ୍ୱଭାବିକ ଲାଗୁଥିଲେ ମଧ୍ୟ ସ୍ୱଭାବିକ ହୋଇନଥାଏ । ଅଚାନକ ସେ ଏମିତି କିଛି କାମ କରିବ ସେ ଯାହା ବିଶ୍ୱାସଯୋଗ୍ୟ ହୋଇନଥାଏ । ନିଜର ଅବଦମିତ କାଳ୍ପନିକ ଚିତ୍ରକଳ୍ପକୁ ସେ ବାସ୍ତବ ରୂପ ଦେବାକୁ ଉଦ୍ୟମ କରେ । ଯାହାର ଅନ୍ୟ ନା ଅପରାଧ ହିଁ ହୋଇଥାଏ । ସ୍ନାୟୁରୋଗ ବିଶେଷଜ୍ଞଙ୍କ ମତରେ ଅତ୍ୟଧିକ ଅଶ୍ଳିଳ ସାଇଟ ଦେଖିବା ଦ୍ୱାରା ମାନସିକ ବିକାଶ ଓ ବୈଦ୍ଧିକ ବିକାଶ ପ୍ରଭାବିତ ହୋଇଥାଏ । ଏଭଳି ବ୍ୟକ୍ତିଙ୍କ ସ୍ପର୍ଶରେ ରହିଲେ ଅନେକ ସମୟରେ ଅସହଜ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ । ଅଶ୍ଳିଳ ସାଇଟ ସମ୍ପର୍କରେ ଆଇନ କାନୁନକୁ କଡ଼ା କଡ଼ି କରିବା ସହ ସମୟ ସମୟରେ ଯୁବବର୍ଗଙ୍କ କାଉଁସିଲିଂ କରାଗଲେ ଏଭଳି ସମସ୍ୟାର ସମାଧାନ ହୋଇପାରିବ ବୋଲି ସାମାଜବିଜ୍ଞାନୀ ମାନେ ମତବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.