କ୍ରୋଧିତ ହୋଇ ଯେବେ ଐଶ୍ଵର୍ଯ୍ୟାଙ୍କୁ ଏକାକୀ ଛାଡି ଚାଲି ଚାଲିଗଲେ ଅଭିଷେକ, ଦେଖନ୍ତୁ ଭିଡିଓ
8/03/2020 at 9:02 PM

ନୂଆଦିଲ୍ଲୀ ୦୮।୦୩- ସଂପ୍ରତି ସାମାଜିକ ଗଣମାଧ୍ୟମରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଅଭିନେତ୍ରୀ ସୋନମ କପୁର ଓ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କ ବିବାହ ରିସେପସନ ସମୟର। ଏହି ଭିଡିଓରେ ଅଭିଷେକ ବଚ୍ଚନ ଓ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଦମ୍ପତ୍ତିଙ୍କ ମଧ୍ୟରେ ଭୁଲ ବୁଝାମଣା ଦେଖିବାକୁ ମିଳୁଛି।
ଏହି ଘଟଣା ୨୦୧୮ ମେ ୮ ତାରିଖ ରାତିର। ଏହି ରାତିରେ ସୋନମ-ଆନନ୍ଦଙ୍କ ଭବ୍ୟ ବିବାହର ରିସେପସନ ଚାଲିଥିଲା। ହୋଟେଲ ଲୀଲାକୁ ଅତିଥିଙ୍କ ଆଗମନ ହେବାରେ ଲାଗିଥିଲା। ବଲିଉଡ ଜଗତ ସହିତ ଅନ୍ୟ କ୍ଷେତ୍ରରୁ ବିଶିଷ୍ଟ ଅତିଥି ଏହି ସମାରୋହରେ ସାମିଲ ହୋଇଥିଲେ।

ଏହି ରିସେପସନରେ ଅଭିଷେକ ପତ୍ନୀ ଐଶ୍ଵର୍ଯ୍ୟାଙ୍କ ସହିତ ଯୋଗ ଦେଇଥିଲେ। ଉଭୟ ଫୋଟ ସୁଟ୍ ମଧ୍ୟ କରିଥିଲେ। ଭାଇରାଲ ହେଉଥିବା ଭିଡିଓରେ ଉଭୟଙ୍କ ମଧ୍ୟରେ କିଛିଟା ଭୁଲ ବୁଝାମଣା ଥିବା ଦେଖିବାକୁ ମିଳିଛି। ଉଭୟ ସମାରୋହରେ ଯୋଗ ଦେବା ବେଳେ ମିଡିଆ କ୍ୟାମେରାମ୍ୟାନ ଦମ୍ପତ୍ତିଙ୍କୁ ପୋଜ୍ ଦେବାକୁ କହିଥିଲେ। ଉଭୟ କିଛି ସମୟ ଫଟୋ ଲାଗି ପୋଜ୍ ଦେଇଥିଲେ।

କିନ୍ତୁ ଅଭିଷେକ ଅଧିକ ସମୟ ପୋଜ୍ ଦେବାକୁ ଚାହୁଁନଥିଲେ ଏବଂ ସେଠାରୁ ଚାଲି ଯାଉଥିଲେ। ଐଶ୍ଵର୍ଯ୍ୟା ତାଙ୍କୁ ରହିବାକୁ କହିଥିଲେ ମଧ୍ୟ ଅଭିଷେକ ରାଜି ହୋଇନଥିଲେ। ଐଶ୍ଵର୍ଯ୍ୟାଙ୍କୁ ଏକାକୀ ଛାଡି ସେଠାରୁ ଚାଲି ଯାଇଥିଲେ। ଐଶ୍ଵର୍ଯ୍ୟା ଫଟୋ ଲାଗି ପୋଜ୍ ଦେଇ ସାରିବା ପରେ ଅଭିଷେକ ତାଙ୍କୁ ନେଇ ସମାରୋହର ମୁଖ୍ୟ ସ୍ଥଳକୁ ଚାଲି ଯାଇଥିଲେ।