ଟିକା କେନ୍ଦ୍ରରେ ଦଳଚକଟା ସ୍ଥିତି : ୨୫୦ଡୋଜ ନେବାକୁ ଆସିଲେ ୫୦୦ରୁ ଅଧିକ, ସଟର ଖୋଲୁ ଖୋଲୁ ଧସେଇ ପସିଲେ ଲୋକେ

Published By : Prameya-News7 Bureau | July 02, 2021 IST

ମଧ୍ୟପ୍ରଦେଶ ୨/୭ : ଦେଶରେ କରୋନା ଟିକାକରଣ ନେଇ ଦୈନିକ ନୂଆ ନୂଆ ଘଟମା ସାମ୍ନାକୁ ଆସୁଛି । କେଉଁଠି ଟିକା ନେଇ ସଚେତନତା କରାଯାଉଥିବା ବେଳେ ଆଉ କେଉଁଠି ଟିକା ଅଭାବରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛିନ୍ଦଓ୍ୱାଡାରେ । ଏଠାରେ ଟିକାକରଣ କେନ୍ଦ୍ରରେ ଲାଗିଥିଲା ଟିକା ନେବାକୁ ଯେମିତି ପ୍ରତିଯୋଗିତା ।

ପରିସ୍ଥିତି ଏପରି ହୋଇଥିଲା ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । କେନ୍ଦ୍ର ସଟର ଖୋଲୁ ଖୋଲୁ ଲୋକେ ଧାଁ ଧଉଚ କରି ନିଜର ନିଜର ନମ୍ୱର ଲଗାଇବାରେ ଲାଗିଥିଲେ । ଏମିତିକି ଜଣେ ଜଣଙ୍କ ଉପରେ ଚଢିବାକୁ ବି ପଛାଇନଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏପରି ଦୃଶ୍ୟ । ଏହାକୁ ଦେଖିଲେ ଲାଗୁଛି ନିକଟରେ ରିଲିଜ ହୋଇଥିବା ଚଳଚିତ୍ରର ଫାଷ୍ଟ ଶୋ । ଯେମିତି ଫାଷ୍ଟ ଡେ ପାଷ୍ଟ ଶୋ ଦେଖିବାକୁ ଲାଗିଛି କମ୍ପିଟିସନ ।

ଟିକା ନେବାଲାଗି ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଲାଗିରହିଛି । ଦେଖନ୍ତୁ ଭିଡିଓକୁ କିପରି ସଟର ଖୋଲିବା ମାତ୍ରେ ଲୋକେ ଦଉଡା ଧାପଡା କରିବାରେ ଲାଗିଛନ୍ତି । ମଧ୍ୟପ୍ରଦେଶର ଛିନ୍ଦଓ୍ୱାଡାରେ ଜିଲ୍ଲା ଲୋଡିଖେଡା ଗ୍ରାମରୁ ଆସିଛି ଏହି ଘଟଣା । ପ୍ରକୃତରେ, ଜୁଲାଇ ୧ରେ ମଧ୍ୟପ୍ରଦେଶରେ ଏକ ଟୀକାକରଣ ଅଭିଯାନ କରାଯାଇଥିଲା । ଯେଉଁଥିପାଇଁ ବହୁ ଜିଲ୍ଲାରେ ବହୁ ସଂଖ୍ୟାରେ ଲୋକ ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲେ ।

wp:html /wp:html

ମହାରାଷ୍ଟ୍ର ସୀମାନ୍ତକୁ ଲାଗିଛି ଏହି ଲୋଡିହେଡା ଗ୍ରାମ । ଆଉ ଏଠାକାର ଲୋକେ ଆସୁଥିବା କରୋନାର ତୃତୀୟ ଲହର ନେଇ ଚିନ୍ତିତ ହୋଇପଡିଛନ୍ତି । ତୃତୀୟ ଲହରକୁ ନେଇ ଲୋକେ ଏତେ ଭୟଭୀତ ହୋଇପଡିଛନ୍ତି ଯେ, ଗୁରୁବାର ଲୋଡିଖେଡା ଟୀକାକରଣ କେନ୍ଦ୍ରରେ ଡୋଜ ନେବାକୁ ଆସିଥିଲେ ୫୦୦ରୁ ଅଧିକ ଲୋକ । କିନ୍ତୁ ଏଠାରେ ୨୫୦ ଲୋକଙ୍କ ପାଇଁ ଡୋଜ୍ ରହିଥିଲା ।

ଲୋକଙ୍କ ମଧ୍ୟରେ ଟିକାକୁ ନେଇ ଏତେ ଉତ୍ସାହ ଥିଲା ଯେ, ସଟର ଖୋଲୁ ଖୋଲୁ ଲୋକେ ମଡା ଚଢା ହୋଇ ପ୍ରବେଶ କରିଥିଲେ । ଏହି କାରଣରୁ, କିଛି ସମୟ ପାଇଁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପ୍ରଶାସନ ଏବଂ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଟୋକେନ୍ ବଣ୍ଟନ କରିବାରୁ ଲୋକେ ଶାନ୍ତ ହୋଇଥିଲେ । ତେବେ ଗୋଟିଏ କଥା ଫୋକସରେ ଥିଲା କି, ଏହି ସମୟରେ ଲୋକଙ୍କ ମଧ୍ୟରେ ନାଁ ଥିଲା ସାମାଜିକ ଦୂରତା ନାଁ କରୋନା କଟକଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.