ନିଆରା ଜନ୍ମଦିନ : କାଟିଲେ ୫୫୦ କେକ୍, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

Published By : Prameya-News7 Bureau | October 16, 2021 IST

ମହାରାଷ୍ଟ୍ର ୧୬/୧୦: ନିଜର ଜନ୍ମଦିନକୁ ସ୍ୱତନ୍ତ୍ର କରିବାକୁ ଲୋକେ କିଛି ନା କିଛି କରିବାକୁ ପସନ୍ଦ କରିଥାନ୍ତି । ଏହି ଦିନଟିକୁ ଅଭିଲା କରିବାକୁ କେହି କେହି ନିଆରା କାମ ବି କରିଥାନ୍ତି । କିଛି ଲୋକ ଏକ ଓଭର-ଟପ୍ ପାର୍ଟି କରିଥାନ୍ତି । ଏହାସହ କେହି କେହି ନିଆରା ଢଙ୍ଗରେ କେକ୍ କାଟିଥାନ୍ତି ।

ତେବେ ଜଣେ ଭାରତୀୟ ବ୍ୟକ୍ତି ଅନନ୍ୟ ଢଙ୍ଗରେ ନିଜିର ବର୍ଥ ଡେ ସେଲିବ୍ରେସନ କରିଛନ୍ତି । ମହାରାଷ୍ଟ୍ରର ମୁମ୍ବାଇର ଜଣେ ବ୍ୟକ୍ତି ନିଜର ଜନ୍ମଦିନକୁ ଖାସ୍ କରିବାକୁ କରିଛନ୍ତି ଏମିତି କିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଭିଡିଓଟିରେ ଦେଖିବାକୁ ମିଳିଛି ଜଣେ ୫୫୦ କେକ୍ କାଟିଛନ୍ତି । ଭାରତର ସୋସିଆଲ ମିଡିଆ ପ୍ଲାଟଫର୍ମରେ କେକ୍ ସବୁ କାଟୁଛନ୍ତି ।

wp:html /wp:html

କେକ୍ କାଟୁଥିବା ବ୍ୟକ୍ତି ଜଣଙ୍କ ମୁମ୍ବାଇର ସୂର୍ଯ୍ୟ ରାତୁରୀ । ସେ ତାଙ୍କ ଜନ୍ମଦିନରେ କାଟିଛନ୍ତି ୫୫୦ଟି କେକ୍ । ବିଭିନ୍ନ ଫ୍ଲେଭର, ଆକାର କେକସବୁ ଟେବୁଲ ଉପରେ ରଖାଯାଇଛି । ଯାହାକୁ ସେ ଗୋଟେ ପରେ ଗୋଟେକାଟିବାରେ ଲାଗାଛନ୍ଥିତି । ଏହି ଭିଡିଓ ମୁମ୍ବାଇର କାଣ୍ଡିଭାଲୀ ଅଞ୍ଚଳର ବୋଲି ଜଣାପଡିଛି । ୨ମିନିଟ ୫ ସେକେଣ୍ଡର ଭିଡିଓରେ ସୂର୍ଯ୍ୟ ସମସ୍ତ କେକ୍ କାଟିବାକୁ ଦୌଡୁଛନ୍ତି ।

ତେବେ ଲୋକେ ଉତ୍ସାହିତ କରୁଛନ୍ତି । ଗତ ବର୍ଷ ଭାରତର ଅନ୍ୟ ଜଣେ ବ୍ୟକ୍ତି ନିଜ ଜନ୍ମଦିନର କେକ୍ କାଟିବା ପାଇଁ ଖଣ୍ଡା ବ୍ୟବହାର କରିଥିଲେ । ଯାହାକି ଇଣ୍ଟରନେଟରେ ବେଶ୍ ଭାଇରାଲ ହୋଇଥିଲା । ପରେ ତାଙ୍କର ଏହି କାମ ତାଙ୍କୁ ଗିରଫ କରାଯଇଥିଲା । ଘରେ ଚଢାଉ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.