ଘରେ ବସି ସ୍ମାର୍ଟଫୋନରେ ଦେଖନ୍ତୁ IPL 2020ର ଲାଇଭ୍ ମ୍ୟାଚ୍, ଜାଣି ରଖନ୍ତୁ ଏହି ତିନିଟି ପ୍ଲାନ୍

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯/୦୯: ଆଇପିଏଲ ୨୦୨୦ ଶନିବାର ଅର୍ଥାତ୍ ଆଜିଠାରୁ ଆରମ୍ଭ ହେଉଛି। ତେବେ ଏଥରର ସିଜନ ସବୁଠୁ ଭିନ୍ନ ଆଇପିଏଲ ସିଜନ ହେବ। କାରଣ ମଇଦାନରେ ଦର୍ଶକଙ୍କ ଭିଡ଼ ନ ଥିବ କି ନ ଥିବ ସେମାନଙ୍କ କରତାଳି । ଘରେ ବସି ହିଁ ମ୍ୟାଚକୁ ଉପଭୋଗ କରିବେ ଦର୍ଶକ। ତେବେ ଆସନ୍ତୁ ଜାଣିବା ଏମିତି ୩ଟି ପ୍ଲାନ ସମ୍ପର୍କରେ ଯାହା ସାହାଯ୍ୟରେ ଆପଣ ଆଇପିଏଲର ସବୁ ମ୍ୟାଚ୍ ଲାଇଭ ପ୍ରସାରଣ ଦେଖିପାରିବେ।

Disney+hotstarର ସବସ୍କ୍ରିପସନ

ଆଇପିଏଲର ସବୁ ମ୍ୟାଚର ଲାଇଭ ପ୍ରସାରଣ ଦେଖିବା ପାଇଁ ଆପଣଙ୍କୁ ଡିଜନି ପ୍ଲସ୍ ହଟଷ୍ଟାରରେ ଗୋଟିଏ ଆକାଉଣ୍ଟ ଖୋଲିବାକୁ ହେବ। ଏହା ପରେ Disney+hotstar VIPର ୩୯୯ ଟଙ୍କାର ବାର୍ଷିକ ସବସ୍କ୍ରିପସନ ଆକ୍ଟିଭେଟ୍ କରିବାକୁ ହେବ। ଏହି ସବସ୍କ୍ରିପସନକୁ ନେବା ପରେ ଆଇପିଏଲ ୨୦୨୦ ମ୍ୟାଚ୍ ବ୍ୟତୀତ ବଲିଉଡର ଭଲ ଫିଲ୍ମ ଦେଖିବାର ମଧ୍ୟ ମଜା ଉଠାଇପାରିବେ। ଏହା ସହ ଏକସକ୍ଲ୍ୟୁସିଭ୍ ହଟଷ୍ଟାର ସ୍ପେଶାଲ ଶୋ’ ମଧ୍ୟ ଦେଖିପାରିବେ।

ରିଲାନ୍ସ ଜିୟୋର ୪୦୧ ଟଙ୍କା ପ୍ଲାନ

ରିଲାନ୍ସ ଜିୟୋର ୪୦୧ ଟଙ୍କା ପ୍ଲାନରେ ବର୍ଷକ ପାଇଁ ମାଗଣା ଡିଜନି ପ୍ଲସ ହଟଷ୍ଟାର ଭିଆପି ସବସ୍କ୍ରିପସନ ମିଳିବ। ଏହି ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୩ଜିବି ହାଇସ୍ପିଡ୍ ଇଣ୍ଟରନେଟ୍ ୨୮ ଦିନ ପାଇଁ ମିଳିବ।

{"id":331659,"width":580,"height":348,"sizeSlug":"large"}

ଏୟାରଟେଲର ୪୪୮ ଟଙ୍କା ପ୍ଲାନ୍

ଏୟାରଟେଲ ମଧ୍ୟ ଆଇପିଏଲ ପ୍ରେମୀଙ୍କ ପାଇଁ ଖାସ୍ ଅଫର ଆଣିଛି। ସେଥିପାଇଁ ୪୪୮ ଟଙ୍କା ପ୍ଲାନ ଆଣିଛି। ଯେଉଁଥିରେ ୟୁଜରଙ୍ବକୁ ର୍ଷକ ପାଇଁ ଡିଜନି ପ୍ଲସ୍ ହଟଷ୍ଟାର ସବସ୍କ୍ରିପସନ ମିଳିବ। ଏହା ବ୍ୟତୀତ ଏହି ପ୍ୟାକରେ ଆପଣ ୩ଜିବି ହାଇ ସ୍ପିଡ୍ ଇଣ୍ଟରନେଟ୍ ଡାଟା ପ୍ରତିଦିନ ବ୍ୟବହାର କରିବାର ସୁବିଧା ପାଇ​‌ବେ। ତେବେ ଏହି ପ୍ୟାକର ବୈଧତା ରହିଛି ୨୮ ଦିନ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.