ପୁଅର ଅର୍ଦ୍ଧଶତକରେ ଖୁସି ନୁହଁନ୍ତି ବାପା, କାହିଁକି ନିରାଶ ହେଲେ ଓ୍ୱାଶିଂଟନଙ୍କ ପିତା ?
18/01/2021 at 8:44 AM

ବ୍ରିସବେନ୍,୧୮/୦୧: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଓ୍ୱାଶିଂଟନ ସୁନ୍ଦର ନିଜର ପ୍ରଥମ ଟେଷ୍ଟ ମ୍ୟାଚରେ ୧୪୪ ବଲରୁ ୬୨ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ସମସ୍ତେ ସୁନ୍ଦରଙ୍କ ବ୍ୟାଟିଂକୁ ପ୍ରଶଂସା କରୁଛନ୍ତି । କିନ୍ତୁ ତାଙ୍କ ପିତା ଏମ ସୁନ୍ଦର ଶତକ ପୂରଣ କରିନଥିବାରୁ ନିରାଶ ହୋଇଛନ୍ତି ।
ଓ୍ୱାଶିଂଟନଙ୍କ ବ୍ୟତୀତ ଶର୍ଦ୍ଦୁଳ ଠାକୁର ମଧ୍ୟ ଏହି ମ୍ୟାଚରେ ଅର୍ଦ୍ଧଶତକ ପୂରଣ କରିଛନ୍ତି । ଏହାସହ ଉଭୟ ଖେଳାଳି ପ୍ରଥମ ଇନିଂସରେ ଭାରତ ପାଇଁ ସଙ୍କଟମୋଚକ ସାବ୍ୟସ୍ତ ହୋଇଥିଲେ । ଉଭୟ ସପ୍ତମ ଓ୍ୱିକେଟରେ ୧୨୩ ରନର ପାର୍ଟନରସିପ୍ କରିଥିଲେ ।
ଶର୍ଦ୍ଦୁଳଙ୍କ ବ୍ୟାଟିଂକୁ ମଧ୍ୟ ସମସ୍ତେ ପ୍ରଶଂସା କରିଛନ୍ତି । କିନ୍ତୁ ଓ୍ନାଶିଂଟନଙ୍କ ପିତା ସୁନ୍ଦରଙ୍କୁ ଲାଗୁଛି ଯେ, ପୁଅ ଶତକ କରିବା ଉଚିତ ଥିଲା । କାରଣ ତାଙ୍କଠାରେ ବ୍ୟାଟିଂ କରିବାର ଦକ୍ଷତା ରହିଛି । ଯେତେବେଳେ ସିରାଜ ବ୍ୟାଟିଂ ପାଇଁ ଆସିଲେ ସେତେବେଳେ ଓ୍ୱାଶିଂଟନ ଚୌକା ଓ ଛକା ଲଗାଇବା ଦରକାର ଥିଲା । ସେ ଏହା କରିପାରିଥାନ୍ତେ । ଏହାସହ ଅଷ୍ଟ୍ରେଲିଆ ସ୍କୋର ସହ ବରାବର କରିବା ଉଚିତ ଥିଲା ବୋଲି ସେ କହିଛନ୍ତି । ପୁଅ ଫୋନରେ ସୁଯୋଗ ମିଳିଲେ ଭଲ ଖେଳିବ ବୋଲି କହିଥିଲେ ।
ସୂଚନାଯୋଗ୍ୟ, ସୁନ୍ଦରଙ୍କ ପୂର୍ବରୁ ଭାରତ ପାଇଁ ଟେଷ୍ଟରେ ପଦାର୍ପଣ କରି ଅର୍ଦ୍ଧଶତକ ଲଗାଇବା ସହ ୩ଟି ଓ୍ୱିକେଟ ନେଇଥିବା ଖେଳାଳି ତାଲିକାରେ ୨ଜଣ ରହିଛନ୍ତି ।