ଅଳ୍ପକେ ଶତକରୁ ବର୍ତ୍ତିଲେ ଓ୍ୱାଶିଂଟନ, ପ୍ରଥମ ଇନିଂସରେ ଭାରତ ୩୬୫ ରନରେ ଅଲଆଉଟ୍

Published By : Prameya-News7 Bureau | March 06, 2021 IST

ଅହମ୍ମଦାବାଦ, ୦୬/୦୩ :   ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଶେଷ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ ସେନା ୩୬୫ ରନରେ ଅଲଆଉଟ୍ ହୋଇଛି । ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କ ପରେ ଅଲରାଉଣ୍ଡର ଓ୍ୱାଶିଂଟନ ଆକର୍ଷଣୀୟ ବ୍ୟାଟିଂ କରିଥିଲେ । ଏହାସହ ଭାରତକୁ ଏକ ମଜବୁତ ସ୍କୋରରେ ପହଁଚାଇଥିଲେ । ଦଳ ପ୍ରଥମ ଇନିଂସରେ ଇଂଲଣ୍ଡଠୁ ୧୬୦ ରନ୍ ଆଗରେ ରହିଛି ।

ପ୍ରଥମ ଇନିଂସରେ ମାତ୍ର ୨୦୫ ରନ୍‌ରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ । ଫଳରେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୭ ଓ୍ବିକେଟ୍‌ ହରାଇ ୨୯୪ ରନ୍ କରିବା ସହିତ ଭ୍ରମଣକାରୀ ଇଂଲଣ୍ଡଠାରୁ ୮୯ ରନ୍‌ର ଆଗୁଆ ରହିଥିଲା । ଓ୍ବାଶିଂଟନ ସୁନ୍ଦର ୬୦ ଏବଂ ଅକ୍ଷର ପଟେଲ ୧୧ ରନ୍ କରି ଅପରାଜିତ ରହିଥିଲେ । ଦ୍ବିତୀୟ ଦିନର ଶେଷ ସେସନ୍‌ରେ ଭାରତ ମାତ୍ର ଗୋଟିଏ ଓ୍ବିକେଟ୍‌ ହରାଇ ମୋଟ ୧୪୧ ରନ୍‌ ସଂଗ୍ରହ କରିଥିଲା । ଋଷଭ ପନ୍ତ ୧୦୧ ରନ କରି ଆଉଟ ହେବା ବେଳକୁ ଭାରତର ସ୍କୋର ୨୫୯ ରନ ଥିଲା ।

ତେବେ ତୃତୀୟ ଦିନର ଆରମ୍ଭରେ ଓ୍ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ ଜବରଦସ୍ତ ବ୍ୟାଟିଂ କରିଥିଲେ । ଓ୍ୱାଶିଂଟନ ଦମଦାର ବ୍ୟାଟିଂ କରିଥିଲେ । ଓ୍ୱାଶିଂଟନ ୯୬ ରନ୍ କରି ଅପରାଜିତ ଥିବା ବେଳେ ଓ ଅକ୍ଷର ୪୩ ରନ୍ କରି ଆଉଟ ହୋଇଛନ୍ତି । ମହମ୍ମଦ ସିରାଜ ଓ ଇସାନ୍ତ ଶର୍ମା ବିନ କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ ।

ଇଂଲଣ୍ଡ ପକ୍ଷରୁ ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ବେନ୍ ଷ୍ଟୋକସ୍ ୪ ଓ ଜ୍ୟାକ୍ ଲିଚ୍ ୨ଟି ଓ୍ୱିକେଟ୍ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.