ଜାଡେଜା ବାଦ୍ ପଡିବା ପରେ ବ୍ୟାକଫୁଟ୍‌ରେ ଟିମ୍ ଇଣ୍ଡିଆ, ଚତୁର୍ଥ ଟେଷ୍ଟରେ ଏହି ଖେଳାଳି ହେବେ ସାମିଲ !

Published By : Prameya-News7 Bureau | January 10, 2021 IST

ସିଡନୀ, ୧୦|୦୧ : ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ଖେଳାଳିଙ୍କ ଆହତଜନିତ ସମସ୍ୟା ଭାରତୀୟ ଦଳର ଚିନ୍ତା ବଢାଇ ଦେଇଛି । ଫର୍ମରେ ଥିବା ଅଲରାଉଣ୍ଟର ରବୀନ୍ଦ୍ର ଜାଡେଜା ଆହତ ହୋଇ ସିରିଜରୁ ବାଦ୍ ପଡିଛନ୍ତି ।

ଭାରତର ପ୍ରଥମ ଇନିଂସରେ ବ୍ୟାଟିଂ ସମୟରେ ଜାଡେଜାଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା । ଫଳରେ ସେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ବୋଲିଂ କରିପାରି ନଥିଲେ । ଜାଡେଜା ବାଦ୍ ପଡିବା ପରେ ଭାରତ ପାଖରେ ଓ୍ୱାଶିଂଟନ ସୁନ୍ଦରଙ୍କ ବିକଳ୍ପ ରହିଛି । ଅଲରାଉଣ୍ଡର ସୁନ୍ଦର ଅଫ୍ ସ୍ପିନ୍ ବୋଲିଂ କରନ୍ତି । ଏହାସହ ସେ ବ୍ୟାଟିଂ ମଧ୍ୟ କରିଥାନ୍ତି । ସେ ଟି୨୦ ସିରିଜରେ ଭାରତୀୟ ଦଳରେ ସାମିଲ ଥିଲେ ।

{"id":389834,"width":575,"height":374,"sizeSlug":"large","linkDestination":"none"}

ଓ୍ୱାଶିଂଟନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ନେଟସ୍ ବୋଲର ଭାବେ ରଖାଯାଇଥିଲା । ଜାଡେଜା ଆହତ ହେବା ପରେ ଚତୁର୍ଥ ଟେଷ୍ଟରେ ସେ ସାମିଲ ହୋଇ ପାରନ୍ତି । ବିସିସିଆଇ ଜାଡେଜାଙ୍କ ବଦଳରେ ଆଉ କେଉଁ ଖେଳାଳିଙ୍କୁ ପଠାଇ ପାରିବ ନାହିଁ । କାରଣ ଅଷ୍ଟ୍ରେଲିଆକୁ ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ହେବ । ଫଳରେ ଓ୍ୱାଶିଂଟନ ଟେଷ୍ଟ୍ କ୍ରିକେଟରେ ପଦାର୍ପଣ କରିପାରନ୍ତି ।

୨୧ ବର୍ଷୀୟ ଓ୍ୱାଶିଂଟନ ସୁନ୍ଦର ଭାରତ ପାଇଁ ଗୋଟିଏ ଦିନିକିଆ ଓ ୨୬ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ସେ ଟି୨୦ରେ ୨୧ଟି ଓ୍ୱିକେଟ୍ ନେଇଛନ୍ତି । ଏହାସହ ୧୨ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୩୦ଟି ଓ୍ୱିକେଟ୍ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.