ଅଷ୍ଟ୍ରେଲିଆର ଏହି ଷ୍ଟାଡିୟମ ନାଁରେ ନିଜ ପୋଷା କୁକୁରକୁ ଡାକିବେ ଓ୍ୱାସିଂଟନ, ସୋସିଆଲ ମିଡିଆରେ ଅପଲୋଡ୍ କଲେ ଫଟୋ

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ,୦୫/୦୪: ଅଷ୍ଟ୍ରେଲିଆରେ ଦମଦାର ପ୍ରଦର୍ଶନ କରିଥିଲେ ଭାରତୀୟ ଅଲରାଉଣ୍ଡର ଓ୍ୱାସିଂଟନ ସୁନ୍ଦର । ସେ ପଦାର୍ପଣ ମ୍ୟାଚରେ ହିଁ ସମସ୍ତଙ୍କ ମନ ଜିତିଥିଲେ । ଏପରିକି ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଟେଷ୍ଟ ସିରିଜ ଜିତିଥିଲା । ଏହେ ଦଳର ୱାସିଂଟନ୍‌ ସୁନ୍ଦର ତାଙ୍କ ପୋଷା କୁକୁରର ନାମ ‘ଗାବା’ ରଖିଛନ୍ତି । ଏନେଇ ସେ ସୋସିଆଲ୍‌ ମିଡିଆରେ ଏକ ଫଟୋ ଛାଡ଼ି ସୂଚନା ଦେଇଛନ୍ତି ।

{"id":433256,"sizeSlug":"large","linkDestination":"none"}

ତେବେ ଟିମ୍‌ ଇଣ୍ଡିଆର ଐତିହାସିକ ଗାବା ଟେଷ୍ଟ (ଅଷ୍ଟ୍ରେଲିଆ) ବିଜୟ ସ୍ମୃତିରେ ସୁନ୍ଦର ତାଙ୍କ କୁକୁରର ନାମ ‘ଗାବା’ ରଖିଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ଗତ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍‌ ଇଣ୍ଡିଆ ୨-୧ରେ ସିରିଜ୍‌ ଜିତି ବର୍ଡ଼ର-ଗାଭାସ୍କର ଟ୍ରଫି ବଜାୟ ରଖିଥିଲା । ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ଗାବାରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତ ୩୨୮ରନ୍‌ର ବିଶାଳ ଲକ୍ଷ୍ୟର ପିଛା କରି ବିଜୟ ହାସଲ କରିଥିଲା । ଏଥିସହ ଦଳ ଦୀର୍ଘ ୩୨ବର୍ଷ ପରେ ଗାବାରେ ଟେଷ୍ଟ ମ୍ୟାଚ୍‌ ଜିତି ଇତିହାସ ରଚିଥିଲା । ସୁନ୍ଦର ପ୍ରଥମ ଇନିଂସ୍‌ରେ ୪ଟି ୱିକେଟ୍‌ ନେବା ସହ ୬୨ରନ୍‌ କରିଥିଲେ । ଦ୍ୱିତୀୟ ଇନିଂସ୍‌ରେ ସେ ୨୯ବଲ୍‌ରୁ ୨୨ରନ୍‌ କରିଥିଲେ । ଏହି ମ୍ୟାଚ୍‌ରେ ରିଷଭ ପନ୍ତ ଅପରାଜିତ ୮୯ ରନ୍‌ର ଧୂଆଁଧାର ଇନିଂସ୍‌ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.