୧୯,୪୧୦ ରନ, ୫୭ ଶତକ: କ୍ରିକେଟରୁ ଅବସର ଘୋଷଣା କଲେ ଓ୍ଵାସିମ ଜାଫର

Published By : Prameya-News7 Bureau | March 07, 2020 IST

ମୁମ୍ବାଇ ୦୭।୦୩- ଭାରତର ପୂର୍ବତନ କ୍ରିକେଟର ଓ୍ଵାସିମ ଜାଫର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଜାଫର ଭାରତ ପକ୍ଷରୁ ୩୧ଟି ଟେଷ୍ଟ ଓ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଭାରତୀୟ ଘରୋଇ କ୍ରିକେଟରେ ଜାଫର ଜଣେ ବହୁତ ବଡ ଖେଳାଳି। ତାଙ୍କର କ୍ୟାରିୟର ଅନେକ ବଡ ବଡ ରେକର୍ଡରେ ଭରି ରହିଛି। ୪୨ ବର୍ଷୀୟ ପୂର୍ବତନ କ୍ରିକେଟର ନିଜର ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ୨୦୦୮ ଏପ୍ରିଲରେ କାନପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ।

{"id":234532,"sizeSlug":"large"}

ଘରୋଇ କ୍ରିକେଟର ଏହି ରନ ମେସିନ ଏହି ଅବସରରେ କହିଛନ୍ତି ଯେ, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ଅନିଲ କୁମ୍ବଲେ, ଭିଭିଏସ ଲକ୍ଷ୍ମଣ, ବୀରେନ୍ଦ୍ର ସେହ୍ଵାଗ ଓ ଏମଏସ ଧୋନୀଙ୍କ ପରି ଖେଳାଳିଙ୍କ ସହିତ ଡ୍ରେସିଂ ରୁମରେ ସମୟ ବିତାଇବା ମୋ ପାଇଁ ସମ୍ମାନର କଥା। ସଞ୍ଜୟ ମଞ୍ଜେକର ମୋର ପ୍ରଥମ ଅଧିନାୟକ ଥିଲେ ଏବଂ ମୁମ୍ବାଇ ଦଳରେ ସଚିନ, ବିନୋଦ କାମ୍ବଲି, ଜାହିର ଖାନ, ଅମୋଲ ମଜୁମଦାର ଓ ନିଶେଲ କୁଲକର୍ଣ୍ଣୀଙ୍କ ପରି ଖେଳାଳିଙ୍କ ସହିତ ଡ୍ରେସିଂ ରୁମ ସର୍ବଦା ପାଇଁ ଖାସ୍ ରହିଛି।

{"id":234531,"sizeSlug":"large"}

ଜାଫର ନିଜର କ୍ୟାରିୟରରେ ୨୬୦ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୫୦.୬୭ ହାରରେ ୧୯୪୧୦ ରନ କରିଛନ୍ତି। ଏଥିରେ ମୋଟ୍ ୫୭ଟି ଶତକ ଓ ୯୧ଟି ଅର୍ଦ୍ଧଶଥକ ସାମିଲ। ଜାଫର ୧୫୦ ରଣଜୀ ମ୍ୟାଚ୍ ଖେଳିବାରେ ପ୍ରଥମ ଖେଳାଳି। ତାଙ୍କ ନାମରେ ରଣଜୀରେ ୧୨ ହଜାରରୁ ଅଧିକ ରନ ରହିଛି,. ଯାହା ଭାରତୀୟ ହିସାବରେ ଏକ ରେକର୍ଡ।

ଲିଷ୍ଟ ଏ କ୍ରିକେଟରେ ତାଙ୍କ ନାମରେ ୧୧୮ଟି ଇନିଂସରେ ୪୪.୦୮ ହାରରେ ୪୮୪୯ ରନ ରହିଛି। ଲିଷ୍ଟ ଏ କ୍ରିକେଟରେ ଜାଫର ୧୦ ଶତକ ହାସଲ କରିଛନ୍ତି। ୨୩ଟି ଟି-୨୦ ମ୍ୟାଚରେ ଜାଫର ୨୮ ହାରରେ ୬୧୬ ରନ କରିଛନ୍ତି। ଅର୍ଥାତ ଓ୍ଵାସିମ ଜାଫର ନିଜର କ୍ୟାରିୟରେ ମୋଟ୍ ୬୭ ଶତକ ଓ ୨୪୮୭୫ ରନ କରିଛନ୍ତି। ମୁମ୍ବାଇର ଏହି ଖେଳାଳି ୨୦୦୦ ରୁ ୨୦୦୮ ମଧ୍ୟରେ ମୋଟ୍ ୩୨ଟି ଟେଷ୍ଟ ଖେଳି ୧୯୪୪ ରନ କରିଛନ୍ତି, ଯେଉଁଥିରେ ୫ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ।

{"id":234533,"sizeSlug":"large"}

୧୦ ଫାଇନାଲ, ୧୦ ରଣଜୀ ଟାଇଟଲ

ଜାଫର ୧୯୯୬-୯୭ ରୁ ୨୦୧୨-୧୩ ମଧ୍ୟରେ ୮ ଥର ରଣଜୀ ଟ୍ରଫି ଜିତିଥିବା ମୁମ୍ବାଇ ଦଳର ଅଂଶ ଥିଲେ ଏବଂ ଏବେ କ୍ରମାଗତ ଦୁଇ ଥର(୨୦୧୮ ଓ ୨୦୧୯)ରେ ବିଦର୍ଭକୁ ଚମ୍ପିଆନ କରାଇବାରେ ସେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ଜାଫର ଗତ ସିଜିନରେ ୧୧ଟି ମ୍ୟାଚରୁ ୪ ଶତକ ଓ ୬୯.୧୩ ହାରରେ ୧୦୩୭ ରନ କରିଥିଲେ।

ଦ୍ଵିତୀୟ ପ୍ରଥମ ଶ୍ରେଣୀ ମ୍ୟାଚରେ ତ୍ରିଶତକ

{"id":234534,"sizeSlug":"large"}

ଜାଫନ କ୍ୟାରିୟରର ଦ୍ଵିତୀୟ ପ୍ରଥମ ଶ୍ରେଣୀ ମ୍ୟାଚରେ ତ୍ରିଶତକ ଲଗାଇ ୨୦୦୦ରେ ଭାରତୀୟ ଟେଷ୍ଟ ଦଳରେ ନିଜକୁ ସାମିଲ କରାଇଥିଲେ। ସେ କ୍ୟାରିୟରର ପ୍ରଥମ ଟେଷ୍ଟ ୨୦୦୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ଉକ୍ତ ମ୍ୟାଚରେ ସେ ଦୁଇଟି ଇନିଂସରେ ଯଥା କ୍ରମେ ୬ ଓ ୪ ରନ କରିଥିଲେ। ଟେଷ୍ଟରେ ପ୍ରଥମ ଶତକ ଅର୍ଜନ କରିବାକୁ ତାଙ୍କୁ ଛଅ ବର୍ଷ ଅପେକ୍ଷା କରିବାକୁ ପଡିଥିଲା। ମାତ୍ର ଏହା ପରେ ସେ ଟେଷ୍ଟରେ ଦ୍ଵିଶତକ ହାସଲ କରିବାରେ ସଫଳ ହୋଇଥିଲ। ଜାଫର  ପାକିସ୍ତାନ ବିପକ୍ଷରେ ଖେଳିଥିବା ୨୦୨ ଓ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୨୧୨ରନର ଇନିଂସକୁ ନିଜର ଅବିସ୍ମରଣୀୟ ସମୟ ଅବିଭିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.