Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଓ୍ଵାସିମ ଜାଫର ହେଲେ ଓଡିଶା ସିନିୟର କ୍ରିକେଟ୍ ଦଳର କୋଚ୍‌

14/07/2021 at 6:56 PM

ଭୁବନେଶ୍ଵର ୧୪।୦୭:  ଓଡିଶା କ୍ରିକେଟ୍ ପାଇଁ ବଡ ଖବର। ଓଡିଶା ସିନିୟର କ୍ରିକେଟ୍‌ ଦଳର କୋଚ୍ ହେଲେ ଓ୍ଵାସିମ  ଜାଫର। ଜାଫର  ହେଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର। ବୁଧବାର ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ଓସିଏର କୋଚ୍ ଭାବେ ଜାଫରଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ବାଂଲାଦେଶ ଜାତୀୟ ଦଳର କୋଚ୍ ଦାୟିତ୍ଵ ତୁଲାଇଛନ୍ତି ଜାଫର। ସେ ଆଇପିଏଲରେ କିଙ୍ଗ୍ସ ଏକାଦଶ ପଞ୍ଜାବର କୋଚ୍ ମଧ୍ୟ ଥିଲେ।

ଓ୍ଵାସିମ ଜାଫର ଭାରତ ପକ୍ଷରୁ ୩୧ଟି ଟେଷ୍ଟ ଓ ୨ଟି ଦିନିକିଆ ଖେଳିଛନ୍ତି। ଟେଷ୍ଟରେ ସେ ୫୮ଟି ଇନିଂସରୁ ୩୪.୧୧ ହାରରେ ୧୯୪୪ ରନ କରିଛନ୍ତି। ଏଥିରେ ୫ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ। ଏଥିରେ ୨ଟି ଦ୍ଵିଶତକ ମଧ୍ୟ ସାମିଲ। ଘରୋଇ କ୍ରିକେଟ୍‌ରେ ସେ ସଫଳ ବ୍ୟାଟସମ୍ୟାନ ଥିଲେ। କ୍ରିକେଟରୁ ଅବସର ନେବା ପରେ ସେ କୋଚିଂ ଦାୟିତ୍ଵରେ ପାଦ ଦେଇଥିଲେ। ବାଂଲାଦେଶ ଜାତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ଦାୟିତ୍ଵ ତୁଲାଇଥିଲେ ଓ୍ଵାସିମ। ଏଥିସହ ଆଇପିଏଲରେ କିଙ୍ଗ୍ସ ଇଲେଭେନ ପଞ୍ଜାବର କୋଚ୍ ଥିଲେ। ତାଙ୍କର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଓସିଏ ଜାଫର ଓଡିଶା ସିନିୟର କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ତୁଲାଇବେ। ଓସିଏ ତାଙ୍କୁ ଆଗାମୀ ଦୁଇ ବର୍ଷ ପାଇଁ କୋଚ୍ ପଦରେ ନିଯୁକ୍ତ ଦେଇଛି।

ଓ୍ଵାସିମ ଜାଫର ୨୦୦୦ ମସିହା ଫେବୃଆରୀ ୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟରେ ପଦାର୍ପଣ କରିଥିଲେ। ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୦୬ ନଭେମ୍ବର ୨୯ ତାରିଖରେ ଖେଳିଥିଲେ। ସେ ମୁମ୍ବାଇ ତରଫରୁ ଘରୋଇ କ୍ରିକେଟ୍ ଖେଳିଥିଲେ। ସେ ରଣଜୀ ଟ୍ରଫି ଓ ଇରାନୀ ଟ୍ରଫିରେ ସର୍ବାଧିକ ସ୍କୋରର। ଏପରିକି ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସେ ସର୍ବୋଚ୍ଚ ରନହାସଲକାରୀ ବ୍ୟାଟସମ୍ୟାନ। ଜାଫର ସ୍କୁଲସ୍ତରୀୟ କ୍ରିକେଟ୍‌ରେ ମୁମ୍ବାଇ ପକ୍ଷରୁ ଖେଳି ମାତ୍ର ୧୫ ବର୍ଷ ବୟସରେ ୪୦୦ ରନ କରିବା ପରେ ସଭିଙ୍କ ଧ୍ୟାନ ଆକର୍ଷିତ କରିଥିଲେ। ଏହା ପରେ ସେ ୧୯୯୬/୯୭ ସିଜିନ୍‌ରେ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ।

   Related Posts