Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ସଚିନଙ୍କ ସୁସ୍ଥତା କାମନା କଲେ ଓ୍ଵାସିମ ଆକ୍ରମ, କହିଲେ- ଆପଣ କୋଭିଡ୍-୧୯କୁ ବାଉଣ୍ଡରୀ ବାହାରକୁ ପଠାଇବେ

2/04/2021 at 6:35 PM

ନୂଆଦିଲ୍ଲୀ ୦୨।୦୪: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଦ୍ରୁତ ବୋଲର ଓ୍ଵାସିମ ଆକ୍ରମ ସଚିନ ତେନ୍ଦୁଲକରଙ୍କ ସୁସ୍ଥତା ପାଇଁ ଶୁଭକାମନା ପଠାଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଶୁକ୍ରବାର ସଚିନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମ ଟ୍ଵିଟ୍ କରି ଲେଖିଛନ୍ତି ଯେ, ମୁଁ ଆଶା କରୁଛି ସଚିନ କୋଭିଡ୍‌ ୧୯କୁ ଛକା ପାଇଁ ପଠାଇବେ, ଯେମିତି ଦୁନିଆର ସର୍ବଶ୍ରେଷ୍ଠ ବୋଲରଙ୍କ ବଲ୍‌କୁ ୧୬ ବର୍ଷ ବୟସରେ ସେ ବାଉଣ୍ଡରୀ ବାହାରକୁ ପଠାଉଥିଲେ।

ଆକ୍ରମ ନିଜର ଟ୍ଵିଟ୍‌ରେ ଲେଖିଛନ୍ତି, ଯେବେ ଆପଣ ୧୬ ବର୍ଷ ହୋଇଥିଲେ, ସେହି ସମୟରେ ମଧ୍ୟ ଦୁନିଆ ସର୍ବଶ୍ରେଷ୍ଠ ବୋଲରଙ୍କୁ ସାହାସ ଓ ଧୈର୍ଯ୍ୟର ସହ ମୁକାବିଲା କରୁଥିଲେ। ମୋତେ ବିଶ୍ଵାସ ଯେ, ଆପଣ କୋଭିଡ୍-୧୯କୁ ଛକା ପାଇଁ ବାଉଣ୍ଡରୀ ବାହାରକୁ ପଠାଇବେ। ଶୀଘ୍ର ସୁସ୍ଥ ହୋଇଯାଅ ମାଷ୍ଟର। ଆପଣ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ସହିତ ଭାରତର ବିଶ୍ଵ କପ୍‌ ଚମ୍ପିଆନର ୧୦ ବର୍ଷ ପୂର୍ତ୍ତି ବହୁତ ଭଲ ଭାବେ ପାଳନ କଲେ ଭଲ ଲାଗିବ। ଗୋଟିଏ ଫଟୋ ନିଶ୍ଚୟ ମୋତେ ପଠାଇବେ।

ସଚିନ ଗତ ସପ୍ତାହରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେ ଶୁକ୍ରବାର ଟ୍ଵିଟ୍ କରି କହିଛନ୍ତି ଯେ, ଆପଣଙ୍କ ଶୁଭକାମନା ଓ ପ୍ରାର୍ଥନା ପାଇଁ କୃତଜ୍ଞ। ଡାକ୍ତରଙ୍କ ପରାମର୍ଶ କ୍ରମେ ସତର୍କତାମୂଳକ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଆଶା କରୁଛି ଯେ, ମୁଁ କିଛି ଦିନ ଭିତରେ ଘରକୁ ଫେରିବି। ସମସ୍ତେ ନିଜ ନିଜର ଧ୍ୟାନ ରଖନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ସଚିନଙ୍କ ବ୍ୟତୀତ ରୋଡ୍ ସେଫ୍‌ଟି ଓ୍ଵାର୍ଲ୍ଡ ସିରିଜ୍‌ ଖେଳିଥିବା ଏସ୍‌ ବଦ୍ରିନାଥ, ୟୁସୁଫ ପଠାନ ଓ ଇରଫାନ ପଠାନ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାୟପୁରରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ସଚିନଙ୍କ ନେତୃତ୍ଵରେ ଚମ୍ପିଆନ ହୋଇଥିଲା।

   Related Posts