Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

୩୨ ବର୍ଷ ତଳେ ଭିଭି ରିଚାର୍ଡସଙ୍କ ଗୋଡ ଧରି ଭୁଲ ମାଗିଥିଲେ ଓ୍ୱାସିମ୍ ଆକ୍ରମ, ଜାଣନ୍ତୁ କାହିଁକି ?

29/04/2020 at 6:42 PM

ଲାହୋର, ୨୯|୦୪: ଓ୍ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟସମ୍ୟାନ ଭିଭି ରିଚାର୍ଡସ ଜଣେ ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବେ ପରିଚିତ  । ସେ ୩୦ ବର୍ଷ ପୂର୍ବରୁ ଦିନିକିଆ ମ୍ୟାଚକୁ ଟି୨୦ ଭଳି ଖେଳୁଥିଲେ  । ସେ ଛକା ମାରିଲେ ବଲ ଷ୍ଟାଡିୟମ ବାହାରେ ପଡୁଥିଲା  । ଏପରିକି ସେ ବିନା ହେଲମେଟରେ ଦୁର୍ଦଶ ଦ୍ରୁତ ବୋଲରଙ୍କ ସାମ୍ନା କରିବା ସହ ପ୍ରହାର ମଧ୍ୟ କରୁଥିଲେ  ।

ସେହିସମୟରେ ବିଶ୍ୱ କ୍ରିକେଟରେ ପାକିସ୍ତାନୀ ବୋଲରଙ୍କ ଦବଦବା ରହିଥିଲା  । ପାକ୍ ବୋର ଓ୍ୱାସିମ୍ ଆକ୍ରମ ଆକ୍ରମଣାତ୍ମକ ବୋଲିଂ କରୁଥିଲେ  । ସେ ଅନ୍ତର୍ଜାତୀୟ କ୍ରିକେଟରେ ୯୦୦ରୁ ଅଧିକ ଓ୍ୱିକେଟ୍ ନେଇଥିବା ବେଳେ ତାଙ୍କ ସ୍ୱିଂ ବୋଲିଂରେ ପ୍ରତିପକ୍ଷ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଉଥିଲେ  । ନିଜେ ରିଡାର୍ଡସ ମଧ୍ୟ ଆକ୍ରମଙ୍କ ବଲ୍ ତାଙ୍କୁ ସାମ୍ନା କରିବାକୁ କଷ୍ଟକର ଲାଗୁଥିଲା ବୋଲି ରିଡାର୍ଡସ୍ ନିଜେ ସ୍ୱୀକାର ମଧ୍ୟ କରିସାରିଛନ୍ତି  । ଗୋଟିଏ ମ୍ୟାଚରେ ଆକ୍ରମ ରିଚାର୍ଡସଙ୍କୁ ବହୁତ ଅସୁବିଧାରେ ପକାଇଥିଲେ  ।

୧୯୮୮ରେ ପାକିସ୍ତାନୀ ଟିମ୍ ଓ୍ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିଲା  । ସିରିଜର ପ୍ରଥମ ଦୁଇଟି ଟେଷ୍ଟ ପରେ ପାକିସ୍ତାନ 1-0ରେ ଆଗୁଆ ଥିଲା  । ଏହି ସମୟରେ ପାକିସ୍ତାନର ଅଧିନାୟକ ଥିଲେ ଇମରାନ ଖାନ  । ସିରିଜରେ ପଛରେ ଥିବା ଇଣ୍ଡିଜ୍ ତୃତୀୟ ଟେଷ୍ଟ ପାଇଁ ଘାସ ଥିବା ପିଚ୍ ପ୍ରସ୍ତୁତ କରିଥିଲା  ।  ସେହି ସମୟରେ ୧୯ ବର୍ଷୀୟ ଆକ୍ରମ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଇବା ପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ  । ସେ ବାଉନସର୍ ବୋଲିଂ କରିଥିଲେ  । ଇଣ୍ଡିଜ ପ୍ରଥମ ପାଳିରେ ତାଙ୍କୁ ତିନୋଟି ଓ୍ୱିକେଟ୍ ମିଳିଥିଲା  । ସେ ରିଚି ରିଚାର୍ଡସନ୍, କାର୍ଲ ହୁପର ଓ ଭିଭି ରିଡାର୍ଡସଙ୍କୁ ପରାସ୍ତ କରିଥିଲେ  ।

ଏହି ମ୍ୟାଚକୁ ନେଇ ଆକ୍ରମ କହିଛନ୍ତି ଯେ, ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଇଲା ଭଳି ତାଙ୍କ ପାଖରେ ଗତି ରହିଥିଲା  । ସେ ରିଡାର୍ଡସଙ୍କୁ ବାଉନସର୍ ମାରିଥିଲେ  । ଏହାଠୁ ରକ୍ଷା ପାଇବା ପାଇଁ ରିଡାର୍ଡସ୍ ବସି ପଡିଥିଲେ  । ତାଙ୍କ ଟୋପି ମଧ୍ୟ ପଡିଯାଇଥିଲା  । ସେହି ସମୟରେ ସେ ରିଚାର୍ଡସଙ୍କ ପାଖକୁ ଆସି ବ୍ୟାଟିଂ ଆସୁନାହିଁ କି ବୋଲି କହିଥିଲେ  । ସେତେବେଳେ ରିଚାର୍ଡସ୍ ମଧ୍ୟ ଜୀବନରେ ମାରିଦେବେ ବୋଲି କହିଥିଲେ  । ଏହାପରେ ସେ ଇମରାନଙ୍କ ପାଖକୁ ଯାଇଥିଲେ  । ନଡରିବା ପାଇଁ ଇମରାନ ତାଙ୍କୁ କହିଥିଲେ  । ଏହାର ପରବର୍ତ୍ତୀ ବଲରେ ସେ ରିଚାର୍ଡସଙ୍କୁ ବୋଲ୍ଡ୍ କରିଦେଇଥିଲେ  । ମ୍ୟାଚ ପରେ ଡ୍ରେସିଂ ରୁମରେ ସେ ବସିଥିବା ବେଳେ ରିଚାର୍ଡସ୍ ବ୍ୟାଟ୍ ଧରି ତାଙ୍କୁ ଭେଟିବାକୁ ଆସିଥିଲେ  । ସେ ଡରିଯାଇ ତାଙ୍କ ଗୋଡ ଧରିପକାଇଥିଲେ  । କ୍ଷମା ମଧ୍ୟ ମାଗିଥିଲେ  ।

   Related Posts