କରୋନାକୁ ମାତ୍‌ ଦେବ ‘ଆଣ୍ଟି ଭାଇରାଲ୍‌’ ଔଷଧ, ଶରୀରକୁ ପ୍ରବେଶ କରିପାରିବନି ଭୂତାଣୁ !

Published By : Prameya-News7 Bureau | October 13, 2021 IST

ଓ୍ବାସିଂଟନ ୧୩/୧୦:  କରୋନା ଭୂତାଣୁ ବିରୋଧରେ ଲଢ଼େଇ ପାଇଁ ଭ୍ୟାକସିନ୍‌ ଲଗାତାର ବିକଶିତ ହେଉଥିବା ବେଳେ ଅନ୍ୟାନ୍ୟ ଆବିଷ୍କାର ଉପରେ ବୈଜ୍ଞାନିକମାନେ ଜୋର ଦେଉଛନ୍ତି । ଏହାରି ଭିତରେ ବୈଜ୍ଞାନିକମା​‌ନେ ଏକ ଖାସ ରାସାୟନିକ ଯୌଗିକ ବିକଶିତ କରିଛନ୍ତି। ଯାହାକି ସାର୍ସ-କୋଭ୍‌-୨ ଦ୍ବାରା ହେଉଥିବା ସଂକ୍ରମଣକୁ ରୋକିପାରିବ। ଯଦି ସଂକ୍ରମଣ ହେବା ମାତ୍ରେ ଏହାକୁ ରୋଗୀଙ୍କୁ ଦିଆଯାଏ ତେବେ କରୋନା ଭୂତାଣୁ ଜନିତି ଗମ୍ଭୀରତାକୁ କମ କରାଯାଇପାରିବ ବୋଲି ଦାବି ହୋଇଛି ।

ଆମେରିକାର ‘ଓ୍ବାସିଂଟନ୍‌ ୟୁନିଭର୍ସିଟି ସ୍କୁଲ ଅଫ୍‌ ମେଡିସିନ୍‌’ର ଗବେଷକଙ୍କ ଅନୁସାରେ, ‘ଏମଏମ୩୧୨୨  ନାମକ ଏହି ଯୌଗିକ ମାନବ କୋଷ ଉପରେ ହେଉଥିବା ଆକ୍ରମଣକୁ ଦମନ  କରିବାରେ ସହାୟକ ହେବ।’ ‘ପ୍ରୋସିଡିଙ୍ଗସ୍‌ ଅପ ଦି ନ୍ୟାସନାଲ୍‌ ଅଫ୍‌ ସାଇନ୍ସେସ୍‌’ ମଗାଜିନ୍‌ରେ ପ୍ରକାଶିତ ତଥ୍ୟ ମୁତାବିକ, ମଣିଷ ଶରୀରରେ ଥିବା ଏକ ମୁଖ୍ୟ ପ୍ରୋଟିନ୍‌ ‘ଟ୍ରାନ୍ସମେମବ୍ରେନ୍‌ ସେରିନ୍‌ ପ୍ରୋଟିଜ୍‌ ୨’କୁ ଆବିଷ୍କୃତ କେମିକାଲ ଟାର୍ଗେଟ କରେ।

ଏହି ପ୍ରୋଟିନ୍‌ ସହାୟତାରେ କରୋନା ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରିବା ସହ ସଂକ୍ରମିତ କରିଥାଏ। ଅଧ୍ୟୟନର ଲେଖକ ତଥା ଓ୍ବାସିଂଟନ୍‌ ବିଶ୍ବବିଦ୍ୟାଳୟର ପ୍ରଫେସର ଜେମ୍ସ ଡବ୍ଲୁ ଜେନେଟକା କହିଛନ୍ତି, ‘ସାର୍ସ-ସିଓଭି-୨ ନିରୋଧୀ ଅନେକ ଟିକା ରହିଛି। ତଥାପି ଏହି ମହମାରୀର ଗମ୍ଭୀରତାକୁ କମ୍‌ କରିବା ପାଇଁ ଆଣ୍ଟି ଭାଇରାଲ୍‌ ଔଷଧର ଆବଶ୍ୟକତା ରହିଛି। ଯେଉଁ ରାସାୟନିକ ଯୌଗିକଙ୍କୁ ଆମେ ବିକଶିତ କରିଛୁ ତାହା କୋଷ ଭିତାକୁ ଭାଇରସ୍‌କୁ ଯିବାକୁ ଦେବ ନାହିଁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.