ସୋସିଆଲ୍ ମିଡ଼ିଆରେ ନିଜର ଦୁଇ ମୂଲ୍ୟବାନ ସମ୍ପତ୍ତିର ଫଟୋ ସେୟାର୍ କଲେ ୱାସିଂଟନ୍ ସୁନ୍ଦର

Published By : Prameya-News7 Bureau | January 24, 2021 IST

ନୂଆଦିଲ୍ଲୀ ୨୪/୦୧ : ବର୍ଡ଼ର ଗାଭାସ୍କର ଟ୍ରଫିରେ ଭାରତର ଐତିହାସିକ ବିଜୟରେ ଗୁରୁତ୍ତ୍ୱପୂର୍ଣ ଯୋଗଦାନ କରିଥିବା ୱାସିଂଟନ ସୁନ୍ଦର ସୋସିଆଲ ମିଡ଼ିଆରେ ନିଜର ଦୁଇ ମୂଲ୍ୟବାନ ସମ୍ପତ୍ତିର ଖୁଲାସା କରିଛନ୍ତି। ସେ ନିଜ ପିତା ଓ ଟେଷ୍ଟ ଡେବ୍ୟୁ ସହ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଛନ୍ତି।

{"id":397526,"sizeSlug":"large","linkDestination":"none"}

ସୁନ୍ଦର ଅଷ୍ଟ୍ରେଲିଆ ବିପକ୍ଷରେ ଗାବାରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ଓ ଶେଷ ମ୍ୟାଚରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। କ୍ରିକେଟର ସବୁଠାରୁ ଲମ୍ବା ଫର୍ମାଟ ଖେଳିଥିବା ଭାରତର ୩୦୧ତମ କ୍ରିକେଟର। ସେ ବର୍ତ୍ତମାନ ଇଣ୍ଡିଆ କ୍ରିକେଟ ଟିମର ଉଦୀୟମାନ ଅଲରାଉଣ୍ଡର। ସୋସିଆଲ ମିଡ଼ିଆରେ ସେ ନିଜ ପିତାଙ୍କ ସହ ଫଟୋ ସେୟାର କରିଛନ୍ତି। ଫଟୋରେ ତାଙ୍କ ପିତା ୩୦୧ ନମ୍ବରର ଟେଷ୍ଟ କ୍ୟାପ ଦେଖାଉଥିବା ନଜର ଆସିଛନ୍ତି।

{"id":397520,"sizeSlug":"large","linkDestination":"none"}

ଫଟୋ ସେୟାର କରି ସେ ଲେଖିଛନ୍ତି, ମୂଲ୍ୟବାନ ସମ୍ପତ୍ତି। ଡେବ୍ୟୁ ଟେଷ୍ଟ ମ୍ୟାଚରେ ସୁନ୍ଦର ୬୨ ଓ ୨୨ ରନ ସ୍କୋର କରିଥିଲେ। ମ୍ୟାଚରେ ସେ ୪ଟି ୱିକେଟ ବି ନେଇଥିଲେ।

{"id":397524,"sizeSlug":"large","linkDestination":"none"}

ଭାରତ ଗାବାରେ ଇତିହାସ ରଚିଛି। ୩୨ ବର୍ଷ ପରେ କୌଣସି ଟିମ ଗାବାରେ ଅଷ୍ଟ୍ରେଲିଆକୁ ମାତ ଦେଇଛି। ଗତ ଥର ଭିଭିଆନ୍ ରିଚାର୍ଡସଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ୍ ଦଳ ଆଲେନ୍ ବର୍ଡରର ଅଷ୍ଟ୍ରେଲିଆକୁ ଏହି ଗ୍ରାଉଣ୍ଡରେ ୯ ୱିକେଟରେ ପରାସ୍ତ କରିଥିଲା। ଅଜିଙ୍କ୍ୟ ରାହାଣେଙ୍କ ଅଧୀନରେ ଭାରତ ୨-୧ରେ ସିରିଜ୍ ଜିତିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.