India vs County Select XI: ଦଳରେ ମିଳିଲାନି ସ୍ଥାନ, ଟିମ୍ ଇଣ୍ଡିଆ ବିପକ୍ଷରେ ଖେଳିଲେ ଏହି ଦୁଇ ଭାରତୀୟ ଖେଳାଳି

Published By : Prameya-News7 Bureau | July 20, 2021 IST

ନୂଆଦିଲ୍ଲୀ ୨୦।୦୭: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳ ଡରହମରେ ଇଂଲଣ୍ଡର କାଉଣ୍ଟି ଏକାଦଶ ବିରୋଧରେ ତିନି ଦିନିଆ ଅଭ୍ୟାସ୍ ମ୍ୟାଚ୍ ଖେଳୁଛି। ଅଭ୍ୟାସ୍ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ଵ ନେଇଛନ୍ତି ରୋହିତ ଶର୍ମା। କାରଣ ବିରାଟ କୋହଲି ଏହି ମୁକାବିଲା ଖେଳୁ ନାହାନ୍ତି। ହେଲେ ଏହି ଅଭ୍ୟାସ୍ ମ୍ୟାଚ୍‌ରେ ବହୁତ ରୋଚକ ଘଟଣା ଦେଖିବାକୁ ମିଳିଛି। ଭାରତୀୟ ଦଳର ଦୁଇ ଖେଳାଳିଙ୍କୁ ବିରୋଧୀ ଦଳର ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି। କାଉଣ୍ଟ ଇଲେଭେନ ଦଳରେ ଓ୍ଵାଶିଂଟନ ସୁନ୍ଦର ଓ ଅଭେଶ ଖାନଙ୍କୁ ସୁଯୋଗ ମିଳିଛି। କାରଣ ଭାରତର ଚୂଡାନ୍ତ ଏକାଦଶରେ ଏହି ଦୁଇ  ଖେଳାଳିଙ୍କ ସ୍ଥାନ ମିଳିନାହିଁ।

ସୂଚନାଯୋଗ୍ୟ, କାଉଣ୍ଟି ସିଲେକ୍ଟ ଇଲେଭେନ ବିପକ୍ଷ ଅଭ୍ୟାସ୍ ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ମହମ୍ମଦ ଶାମି, ଇଶାନ୍ତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ଵିନ ଖେଳୁ ନାହାନ୍ତି। ଏହି ସବୁ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଅଧିନାୟକ ଦାୟିତ୍ଵ ରୋହିତ ଶର୍ମାଙ୍କ ହାତରେ ଥିବା ବେଳେ ଦଳରେ ଖେଳୁଛନ୍ତି ମୟଙ୍କ ଅଗ୍ରଓ୍ଵାଲ, ହନୁମା ବିହାରୀ, ଅକ୍ଷର ପଟେଲ୍, ଉମେଶ ଯାଦବଙ୍କ ପରି ଖେଳାଳି ସାମିଲ୍। ମ୍ୟାଚ୍‌ରେ କେଏଲ ରାହୁଲ ଓ୍ଵିକେଟ୍ କିପର ଭାବେ ଖେଳୁଛନ୍ତି।

ଭାରତର ଚୂଡାନ୍ତ ଏକାଦଶ

ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ଵର  ପୂଜାରା, ହନୁମା ବିହାରୀ, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.