Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପୋଷାକ ସଫା କରିବା ବେଳେ ଓ୍ୱାସିଂ ମେସିନରେ ବିସ୍ଫୋରଣ, ଖିନଭିନ୍ ହୋଇଗଲା ରୋଷେଇ ଘର

17/04/2021 at 9:42 AM

ନୂଆଦିଲ୍ଲୀ,୧୭/୦୪: ଅନେକ ସମୟରେ ମୋବାଇଲ ଫୋନ ବିସ୍ଫୋରଣ ଖବର ସାମ୍ନାକୁ ଆସିଥାଏ ।କିନ୍ତୁ କେହି କେବେ ଓ୍ୱାସିଂ ମେସିନରେ ବିସ୍ଫୋରଣ ଖବର ଶୁଣି ନଥିବେ । କିନ୍ତୁ ଏହା ସତ । ଯେଉଁଥିରେ ପୋଷାକ ସଫା କରୁଥିବା ବେଳେ ଓ୍ୱାସିଂମେସିନ ବ୍ଲାଷ୍ଟ ହୋଇଛି ।

ସ୍କଟଲାଣ୍ଡର ଲଉରା ବିରେଲ୍ ନାମ୍ନୀ ଜଣେ ମହିଳା ଫେସବୁକରେ କିଛି ଫଟୋ ସେୟାର କରିଛନ୍ତି । ଏଥିରେ ଓ୍ୱାସିଂ ମେସିନଟି ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଛି । ବିସ୍ଫୋରଣ ଏତେମାତ୍ରାରେ ଭୟଙ୍କର ଥିଲା ଯେ ମହିଳାଙ୍କ ରୋଷେଇ ଘର ଏକପ୍ରକାର ଧ୍ୱଂସ ହୋଇଯାଇଥିଲା । ଏପରିକି ବିଭିନ୍ନ ଆସବାବପତ୍ର ଖଣ୍ଡଖଣ୍ଡ ହୋଇ ତଳେ ପଡିଥିଲା ।

ମହିଳାଜଣଙ୍କ କହିଛନ୍ତି ଯେ, ବିସ୍ଫୋରଣ ବେଳେ ପରିବାରର କୌଣସି ସଦସ୍ୟ ରୋଷେଇ ଘରେ ନଥିଲେ । ଯଦି ଥାଆନ୍ତେ ତେବେ ବଡ ଧରଣର ଏକ ଅଘଟଣ ଘଟିଥାନ୍ତା । ସେ ଘରୁ ବାହାରକୁ ଯିବା ବେଳେ ଓ୍ୱାସିଂ ମେସିନକୁ ବନ୍ଦ କରିବା କଥା ଶୁଣିଥିଲେ । କିନ୍ତୁ ସେ ଘରେ ଥିବା ବେଳେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଚାରିଆଡେ କାଲି କାଚ ପଡି ରହିଥିଲା । ଯେପରିକି ବମ୍ ବ୍ଲାଷ୍ଟ୍ ହୋଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେସିନଟି ଓ୍ୱାର୍କଟପ୍ ଓ ଡ୍ରେନର ସହ ଫାଟିଥିଲା । ସେ ରୋଷେଇ ଘର ଆଡେ ଯିବା ବେଳେ କାଲି ଧୂଆଁ ବାହାରୁଥିଲା । ଏହାପରେ ସେ ସ୍ୱିଚ୍ ବନ୍ଦ କରିଦେଇଥିଲେ । ଯଦି ସେ ସେତେବେଳେ ରୋଷେଇ ଘରେ ଥାନ୍ତେ ତେବେ ବଞ୍ଚିନଥାନ୍ତେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ମହିଳାଜଣଙ୍କ ଏହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଫଟୋ ସବୁ ଖୁବ୍ ଭାଇରାଲ ହେବାରେ ଲାଗିଛି ।

   Related Posts